ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଡେଙ୍ଗୁ ଆକ୍ରାନ୍ତଙ୍କଠାରେ ବିରଳ ଲକ୍ଷଣ, ବଙ୍କେଇ ଯାଉଛି ମୁହଁ: ଭିମ୍‌ସାରରେ ଚିକିତ୍ସାଧୀନ ଯୁବକଙ୍କ ଠାରେ ଚିହ୍ନଟ

ବୁର୍ଲା,୨୬/୦୮:ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଜଣେ ଡେଙ୍ଗୁ ଆକ୍ରାନ୍ତ ଯୁବକଙ୍କ ଶରୀରରେ ବିରଳ ଲକ୍ଷଣ ଦେଖିବାକୁ ମିଳିଛି ।  ପକ୍ଷଘାତ ଭଳି ତାଙ୍କ ମୁହଁ ବଙ୍କେଇ ଯାଇଛି । ଆୟୁର୍ବିଜ୍ଞାନ ଭାଷାରେ ଏହାକୁ ‘ବେଲ୍‌ସ  ପେଲ୍ସି’ ବୋଲି କୁହାଯାଉଛି । ‘ବେଲ୍‌ସ  ପେଲ୍ସି’ ଯଦିଓ ବିରଳ ନୁହେଁ³ ତଥାପି  ଡେଙ୍ଗୁରୋଗୀଙ୍କ କ୍ଷେତ୍ରରେ ଏହା କ୍ୱଚିତ୍‌  ପରିଲକ୍ଷିତ ହୋଇଥାଏ ବୋଲି ଡେଙ୍ଗୁ  ନିୟନ୍ତ୍ରଣ ବିଭାଗର ନୋଡାଲ ଅଫିସର୍‌  ତଥା ମେଡିସିନ୍‌ ଆସିଷ୍ଟାଣ୍ଟ ପ୍ରଫେସର ଡା.  ଶଙ୍କର ରାମଚନ୍ଦାନୀ କହିଛନ୍ତି । 

ଉଲ୍ଲେଖଯୋଗ୍ୟ, ଭିମ୍‌ସାର୍‌କୁ ପ୍ରାୟ  ମାସେ ହେଲା ଡେଙ୍ଗୁ ଆକ୍ରାନ୍ତଙ୍କ ସୁଅ  ଛୁଟୁଛି । ଆକ୍ରାନ୍ତମାନେ ଦୀର୍ଘ ଦିନ ଚିକିତ୍ସା  ପରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।  ଏବେ ବି ଅନେକ ରୋଗୀ ଚିକିତ୍ସାଧୀନ  ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଡେଙ୍ଗୁ  ଆକ୍ରାନ୍ତ ଯୁବକ ‘ବେଲ୍‌ସ ପେଲ୍ସି’ର  ଶିକାର ହୋଇଛନ୍ତି । ତାଙ୍କ ମୁହଁ ଗୋଟିଏ  ପାଶ୍ୱର୍କୁ ମୋଡ଼ି ହୋଇଯାଇଛି । ମୂଳତଃ  ଏହା ପକ୍ଷାଘାତ ଭଳି । ବିଭିନ୍ନ ସମୟରେ  ମଣିଷ ‘ବେଲ୍‌ସ ପେଲ୍ସି’ର ଶିକାର  ହୋଇଥାଏ । ହେଲେ ଡେଙ୍ଗୁ ରୋଗୀଙ୍କ  କ୍ଷେତ୍ରରେ ଏହା ବିରଳ । ପ୍ରାୟ ୧୦ ହଜାର  ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରେ ଜଣଙ୍କ କ୍ଷେତ୍ରରେ  ଏଭଳି ଲକ୍ଷଣ ଦେଖାଦେଇପାରେ । ଏହା  ମାରାତ୍ମକ ଲକ୍ଷଣ ନୁହେଁ । କିନ୍ତୁ ରୋଗୀଙ୍କୁ  ସୁସ୍ଥ ହେବାକୁ ଅଧିକ ସମୟ ଲାଗେ ବୋଲି  ଡା. ରାମଚନ୍ଦାନୀ କହିଛନ୍ତି । 

‘ବେଲ୍‌ସ ପେଲ୍ସି’ର ଶିକାର ରୋଗୀଙ୍କ  ନିକଟରେ ବିଚିତ୍ର ଲକ୍ଷଣ ଦେଖିବାକୁ  ମିଳିଥାଏ । ମୁହଁ ମୋଡ଼ି ହୋଇଯାଏ ।  ଆଖି ଠିକ୍‌ ଭାବରେ ବନ୍ଦ କରିହୁଏ ନାହିଁ ।  ଶରୀରର ଗୋଟିଏ ପାଶ୍ୱର୍ ମାଂସପେଶୀ  ଦୁର୍ବଳ ହୋଇଯିବା କାରଣରୁ ପାଟି ଭିତରୁ  ପାଣି ବାହାରିଯାଏ । କଥା କହିବା ବେଳକୁ  ଗୋଟିଏ ପାଖ ଟାଣି ହୋଇଯିବା ଭଳି  ଲକ୍ଷଣ ଦେଖିବାକୁ ମିଳେ । ଭିମ୍‌ସାର  ଇତିହାସରେ ଡେଙ୍ଗୁ ରୋଗୀଙ୍କ କ୍ଷେତ୍ରରେ  କେହି ‘ବେଲ୍‌ସ ପେଲ୍ସି’ର ଶିକାର ହେବା  ରେକର୍ଡ ନାହିଁ । ଚଳିତ ବର୍ଷ ପ୍ରଥମ ଥର  ଜଣେ ସଂକ୍ରମିତଙ୍କ ନିକଟରେ ଏଭଳି  ଲକ୍ଷଣ ଦେଖିବାକୁ ମିଳିଛି ବୋଲି ଡା.  ରାମଚନ୍ଦାନୀ କହିଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.