ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

Su-30MKI ଇଞ୍ଜିନ ପାଇଁ HAL ସହ ୨୬ ହଜାର କୋଟିର ଚୁକ୍ତି, କୋରାପୁଟ ଡିଭିଜନରେ ହେବ ଉତ୍ପାଦନ

ନୂଆଦିଲ୍ଲୀ, ୧୦/୦୯: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌)ରୁ କିଣାଯିବ ୨୬ ହଜାର କୋଟି ଟଙ୍କାର ଲଢ଼ୁଆ ବିମାନ  ଇଞ୍ଜିନ । ପ୍ରତିରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି ।  ବାୟୁସେନାର ଏସ୍‌ୟୁ ୩୦ ଏମ୍‌କେଆଇ  ଏୟାରକ୍ରାଫ୍ଟ ପାଇଁ ୨୪୦ ଏଏଲ୍‌-୩୧  ଏଫ୍‌ପି ଏରୋ ଇଞ୍ଜିନ ଲାଗି ପ୍ରତିରକ୍ଷା  ମନ୍ତ୍ରଣାଳୟ ହାଲ୍‌ସହ ୨୬ ହଜାର କୋଟିର  ଚୁକ୍ତି ସ୍ୱାକ୍ଷର କରିଛି । ଏହା ଦ୍ୱାରା ଆତ୍ମ  ନିର୍ଭର ଭାରତ ଲକ୍ଷ୍ୟକୁ ପ୍ରୋତ୍ସାହନ ମିଳିବ । 

ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ  ଗିରିଧର ଅର୍‌ମାନେ ଏବଂ ବାୟୁସେନା ମୁଖ୍ୟ  ଏୟାର ଚିଫ୍‌ ମାର୍ଶାଲ ଭିଆର୍‌ ଚୌଧୁରୀଙ୍କ  ଉପସ୍ଥିତିରେ ମନ୍ତ୍ରଣାଳୟ ଏବଂ ହାଲ୍‌ର  ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତି ସ୍ୱାକ୍ଷରିତ  କରିଥିଲେ । ଏହି ଏରୋ ଇଞ୍ଜିନ ଗୁଡିକ ହାଲ୍‌ର  କୋରାପୁଟ ଡିଭିଜନ ଦ୍ୱାରା ନିର୍ମିତ ହେବ । 

ଦେଶର ପ୍ରତିରକ୍ଷା ପ୍ରସ୍ତୁତି ଲାଗି ଏସ୍‌ୟୁ  ୩୦ ଫ୍ଲିଟ୍‌ର ପରିଚାଳନା କ୍ଷମତା ବଜାୟ  ରଖିବା ଲାଗି ଭାରତୀୟ ବାୟୁସେନାର  ଆବଶ୍ୟକତା ପୂରଣ କରିବ ବୋଲି ଆଶା  କରାଯାଉଛି । ଚୁକ୍ତି ଭିତ୍ତିକ ହସ୍ତାନ୍ତର  ଅନୁଯାୟୀ ହାଲ୍‌ ବାର୍ଷିକ ୩୦ଟି ଏରୋ ଇଞ୍ଜିନ  ଯୋଗାଇବ । ଆଗାମୀ ୮ ବର୍ଷରେ ମୋଟ  ୨୪୦ଟି ଇଞ୍ଜିନର ଯୋଗାଣ ହେବ । 

ଉତ୍ପାଦନ ସମୟରେ ଏମ୍‌ଏସ୍‌ଏମ୍‌ଇ,  ରାଷ୍ଟ୍ରାୟତ୍ତ ଏବଂ ଘରୋଇ ଉଦ୍ୟୋଗ ଗୁଡିକୁ  ସାମିଲ କରି ଦେଶର ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମର ସହାୟତା ନେବାକୁ ହାଲ୍‌  ଲକ୍ଷ୍ୟ ରଖିଛି । ହସ୍ତାନ୍ତର କାର୍ଯ୍ୟକ୍ରମ ଶେଷ  ସୁଦ୍ଧା ହାଲ୍‌ ୫୪%ରୁ ଅଧିକ ହାରାହାରି  ଲକ୍ଷ୍ୟ ହାସଲ କରିବା ଲାଗି ସ୍ୱଦେଶୀକରଣ  ପରିମାଣକୁ ୬୩%କୁ ବୃଦ୍ଧି କରିବ । ଏହି  ଏରୋ ଇଞ୍ଜିନର ମରାମତି ଏବଂ ଓଭରହୋଲ  କାର୍ଯ୍ୟରେ ସ୍ୱଦେଶର ଉତ୍ପାଦନକୁ ବୃଦ୍ଧି  କରିବାରେ ମଧ୍ୟ ସହାଯ୍ୟ କରିବ ।  

ଘରୋଇ ବଜାରର ଉତ୍ପାଦ କିଣାକୁ  ପ୍ରାଥମିକତା ପ୍ରଦାନ କରି ଏଭଳି ପଦକ୍ଷେପ  ଗ୍ରହଣ କରିଛନ୍ତି ସରକାର । ଗୋଟିଏ ବର୍ଷ  ପରେ ଏହି ଇଞ୍ଜିନ ଗୁଡିକର ଡେଲିଭରି  ଆରମ୍ଭ ହୋଇଯିବ । ଏହି ଇଞ୍ଜିନ ଗୁଡିକରେ  ୫୪% ସ୍ୱଦେଶୀ ସାମଗ୍ରୀ ବ୍ୟବହାର  କରାଯିବ । ଏସ୍‌ୟୁ ୩୦ ଏମ୍‌କେଆଇ ହେଉଛି  ବାୟୁସେନାର ସବୁଠାରୁ ଶକ୍ତିଶାଳୀ ଏବଂ  ଗୁରୁତ୍ୱପୂର୍ଣ୍ଣ ଲଢ଼ୁଆ ବିମାନ । ହାଲ୍‌ ଏହି ବିମାନ  ଲାଗି ଇଞ୍ଜିନ ଯୋଗାଣ କରିବାକୁ ଥିବାରୁ ଏହା  ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତିକୁ ଦର୍ଶାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.