ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

Operation Sindoor: ତିନି ସେନା ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ

Published By : prameya | May 7, 2025 8:50 AM

ନୂଆଦିଲ୍ଲୀ,୦୭/୦୫: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ। ଗତକାଲି ମଧ୍ୟରାତ୍ରୀରେ ଭାରତୀୟ ସେନା  ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ 'ଅପରେସନ୍ ସିନ୍ଦୂର' ଅଧୀନରେ ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ କରିଛି।  ଆଉ ଏହାରି ମଧ୍ୟରେ  ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।  'ଅପରେସନ୍ ସିନ୍ଦୂର' ସମ୍ପର୍କରେ ହୋଇଛି ଆଲୋଚନା। 

ଏହା ମଧ୍ୟ ପଢନ୍ତୁ- Operation Sindoor: ରାଫେଲ, ସୁଖୋଇର ଗର୍ଜନରେ ଥରିଲା ପାକିସ୍ତାନ ଛାତି; ସେପଟେ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ବିମାନ ସେବା ରଦ୍ଦ କଲା ଏୟାର ଇଣ୍ଡିଆ

ଭାରତୀୟ ସେନା ମଙ୍ଗଳବାର ମଧ୍ୟରାତ୍ରୀରେ ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ କରିଥିଲା । ଅନ୍ୟପଟେ ରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି ଯେ, ଅପରେସନ ସିନ୍ଦୂରକୁ ନେଇ ଆଜି ଦିନ ୧୦ଟା ସମୟରେ ପ୍ରେସ୍ କନଫରେନ୍ସ ହେବ । ତେବେ ୧୯୭୧ ପରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନ ଉପରେ ଏଭଳି ଆକ୍ରମଣ କରିଛି । ଏହି ଆକ୍ରମଣ ପାକିସ୍ତାନ ଓ ପାକିସ୍ତାନ ଅଧିନରେ ଥିବା ଜାମ୍ମୁ କାଶ୍ମୀରର ଆତଙ୍କବାଦୀ ଶିବିର ଉପରେ ଟାର୍ଗେଟ କରି ହୋଇଥିଲା । ଏହା ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ  ଏବଂ ଜୈଶ-ଏ-ମହମ୍ମଦ ଓ ଲଶକର-ଏ-ତୈୟବାର ନେତାଙ୍କୁ ଶେଷ କରିବା ପାଇଁ ଆକ୍ରମଣ ହୋଇଥିଲା । ଯେଉଁମାନେ ଭାରତର ଆତଙ୍କୀ ଆକ୍ରମଣର ଯୋଜନା କରୁଥିଲେ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.