ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ନୂଆଦିଲ୍ଲୀ ଅଞ୍ଚଳରେ ୧୫ ମିନିଟ୍ ପାଇଁ ବ୍ଲାକଆଉଟ୍; ସୁରକ୍ଷା ଅଭ୍ୟାସର ଭାଗନେଲେ...

Published By : Bijay Swain | May 8, 2025 2:16 AM

Image courtesy: indiatoday

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀର ଲୁଟେନ୍ସ ଅଞ୍ଚଳରେ ରାତି ୮ଟାରୁ ୮ଟା ୧୫ ମିନିଟ ଯାଏ ଏକ ସମ୍ପୂର୍ଣ୍ଣ ବ୍ଲାକଆଉଟକୁ ମକଡ୍ରିଲ କରାଯାଇଛି। ଦେଶବ୍ୟାପି ଜାରି ରହିଥିବା ସିଭିଲ ଡିଫେନ୍ସ ଡ୍ରିଲର ଏହା ଏକ ଅଂଶ ବୋଲି ଜଣା ପଡିଛି। ଏନେଇ ନୂଆଦିଲ୍ଲୀ ପୌର ପାଳିକା(ଏନଡିଏମସି) ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଛି। 

ଏନେଇ ଏନଡିଏମସିର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଏହି ମକଡ୍ରିଲରେ ଦିଲ୍ଲୀରେ ଥିବା ଡାକ୍ତରଖାନା, ପ୍ରାଥମିକ ଚିକିତ୍ସାଳୟ କେନ୍ଦ୍ର, ରାଷ୍ଟ୍ରପତି ଭବନ, ପିଏମଓ, ମେଟ୍ରୋ ଓ ଅନ୍ୟାନ୍ୟ ଜରୁରି ସ୍ଥାନ ଗୁଡିକୁ ଛାଡି ଏହି ମକଡ୍ରିଲକୁ ସମସ୍ତ ସ୍ଥାନରେ ସଂଗଠିତ କରାଯାଇଥିଲା। ଏହି ଏକ୍ସରସାଇଜରେ ଦିଲ୍ଲୀରେ ଥିବା ପାର୍ଲାମେଣ୍ଟ ହାଉସିଂ, ଇଣ୍ଡିଆ ଗେଟ, ରାଜଦୂତ ଭବନ ଓ ଅନ୍ୟ ପ୍ରଶାସନିକ ଭବନ ଆଦି ମଧ୍ୟ ଏହି ମକଡ୍ରିଲରେ ସାମିଲ ରହିଥିଲେ। 

ବୁଧବାର ଦିଲ୍ଲୀର ପ୍ରାୟ ୫୫ଟି ସ୍ଥାନରେ ବିଭିନ୍ନ ଅଧିକାରୀମାନଙ୍କ ଦ୍ୱାରା ଏହି ସିକ୍ୟୁରିଟି ଡ୍ରିଲ ‘ଅପରେସନ ଅଭ୍ୟାସ’ର ଆରମ୍ଭ କରାଯାଇଥିଲା। ଏହି ଡ୍ରିଲ ସମୟରେ ସାଇରନ ବାଜିବା ସହ ଲୋକମାନଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ ସେନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା। ଲୋକମାନେ ମଧ୍ୟ ଏହି ଡ୍ରିଲରେ ଭାଗନେଇ ଆପତକାଳୀନ ପରିସ୍ଥିତିରେ କଣ କରାଯିବ ସେନେଇ ଶିକ୍ଷା ଗ୍ରହଣ କିରଥିଲେ।

ଯଦି କୌଣସି କାରଣରୁ ଦେଶରେ ଆକାଶପଥରୁ ଆକ୍ରମଣ ହୁଏ କିମ୍ୱା ଜରୁରୀକାଳିନ ପରିସ୍ଥିତିରେ ଆକ୍ରମଣ କରାଯାଏ ତେବେ ସେହି ସମୟରେ କିପରି ସର୍ଚ୍ଚ ଓ ରେସକ୍ୟୁ ଅପରେସନ କରାୟାଇ ପାରିବ ସେନେଇ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଡ୍ରିଲର ପ୍ରମୁଖ ଲକ୍ଷ୍ୟ ରହିଛି। ଏହାଛଡା ଏକାଧିକ ପିସିଆର ଭ୍ୟାନ ସାଙ୍ଗକୁ ଅଗ୍ନିଶମ ବାହିନୀ ଗାଡି ଦିଲ୍ଲୀର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥିଲେ। ଏହାଛଡା ଏହି ମକଡ୍ରିଲରେ ବିଭିନ୍ନ ସୁରକ୍ଷା କର୍ମୀ ମଧ୍ୟ ସାମିଲ ହୋଇ ଲୋକମାନଙ୍କୁ ଜରୁରୀକାଳିନ ପରିସ୍ଥିତିରେ କଣ କରାଯିବ ତାକୁ ନେଇ ଶିକ୍ଷା ପ୍ରଦାନ କରିଥିଲେ। 

ଏହାଛଡା ଦିଲ୍ଲୀରେ ଥିବା ଇନ୍ଦିରା ଗାନ୍ଧୀ ଇଣ୍ଟରନେସନାଲ ଏୟାରପୋର୍ଟରେ ମଧ୍ୟ ଏହି ମକଡ୍ରିଲ ପାଳନ କରାଯାଇଥିଲା। ଯେଉଁଥିରେ ଦିଲ୍ଲୀ ଅଗ୍ନୀଶମ ବାହିନୀ ଯୋଗଦାନ କରି ଜରୁରିକାଳୀନ ପରିସ୍ଥିତିର କିପରି ମୁକାବିଲା କରାଯିବା ସେନେଇ ମକଡ୍ରିଲ କରିଥିଲେ।  ଦିଲ୍ଲୀରେ ତିବା ବିଭିନ୍ନ ସ୍କୁଲର ଶିକ୍ଷକ ଓ ସ୍କୁଲ ଛାତ୍ରମାନେ ଏହି ମକଡ୍ରିଲରେ ଅଂଶ ଗ୍ରହଣ କରିଥିଲେ। ଯେଉଁଥିରେ ସେମାନଙ୍କୁ ସୁରକ୍ଷିତଭାବେ ଘଟଣାସ୍ଥଳରୁ ବାହାରିବା, ଡେସ୍କ ମଧ୍ୟରେ ସୁରକ୍ଷିତ ଆଶ୍ରୟ ନେବା ଓ ସାଇରନ ବାଜିଲେ ବୈଦ୍ୟୁତିକ ଉପକରଣ ଗୁଡିକର ସୁଇଚ ବନିଦ କରିବା ଆଦି ଶିକ୍ଷା ଦିଆଯାଇଥିଲା। 

ବୁଧବାର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (POK)ରେ ନଅଟି ଆତଙ୍କବାଦୀ ସ୍ଥାନ ଉପରେ ସଠିକ୍ ଆକ୍ରମଣ ମଧ୍ୟରେ ଏହି ସୁରକ୍ଷା ଅଭ୍ୟାସ ଜାରି କରାଯାଇଥିଲା। ଦିଲ୍ଲୀ ଛଡା ଦେଶର ଅନେୟ ପ୍ରମୁଖ ସହର ଓ ରାଜ୍ୟ ଗୁଡିକରେ ମଧ୍ୟ ମକଡ୍ରିଲ ଅଭ୍ୟାସ କରାଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.