ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଯୁଦ୍ଧ ବିରତି ପରେ ପାକିସ୍ତାନର ପୁଣି ଗୁଳି ମାଡ଼, ଜମ୍ମୁ-କଶ୍ମୀରରେ ବ୍ଲାକଆଉଟ

Published By : Gurupada Nath | May 10, 2025 9:43 PM

ନୂଆଦିଲ୍ଲୀ,୧୦/୫ :   ଭାରତ- ପାକିସ୍ତାନ ମଧ୍ୟରେ ଶନିବାର ଅସ୍ତ୍ରବିରତି ଘୋଷଣା ପରେ ପୁଣି ଗୁଳିମାଡ଼ । ସୀମାନ୍ତ ବର୍ତ୍ତି ଜିଲ୍ଲା ଗୁଡ଼ିକରେ କରିଛି ଗୁଳି ବର୍ଷା । ଅପରାହ୍ନରେ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନ ଏହାକୁ ଉଲ୍ଲଂଘନ କରିଛି । ଏଲଓସିରେ ପାକିସ୍ତାନ ଗୁଳିମାଡ଼ ଜାରି ରଖିଛି । ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ବ୍ଲାକଆଉଟ କରାଯାଇଛି । ଏ ନେଇ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଉମାର ଅବ୍ଦୁଲ୍ଲା ବି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯୁଦ୍ଧ ବିରତିକୁ ଭାଙ୍ଗିଛି ପାକିସ୍ତାନ । ଶ୍ରୀନଗରରେ ଏକ ବଡ଼ ଶଦ୍ଦ ଶୁଣାଯାଇଛି । 




ପ୍ରକାଶ ଯେ, ଶନିବାର ବିଦେଶ ମନ୍ତ୍ରାଳୟର ସଚିବ ବିକ୍ରମ ମିସରୀ ଅସ୍ତ୍ରବିରତିର ଘୋଷଣା କରିଥିଲେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ- ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆଲୋଚନା ହୋଇଥିବା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପକାଇଥିଲେ । ଏହାପରେ ଏହି ଅସ୍ତ୍ରବିରତିକୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଡର, ଆମେରିକାର ବୈଦେଶିକ ସଚିବ ମାକ୍ରୋ ଋବିଓ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହାକୁ ନେଇ ସ୍ପଷ୍ଟ କରିଥିଲେ । 

ମାତ୍ର ଏବେ ପାକିସ୍ତାନ ପକ୍ଷରୁ ଜମ୍ମୁ, ଶ୍ରୀନଗରରେ ଡ୍ରୋନ ମାଡ଼ କରାଯାଇଛି । ସେହିଭଳି ଗୁଜରାଟର କଚ୍ଛରେ ୧୦ପାକିସ୍ତାନୀ ଡ୍ରୋନ ଦେଖାଯାଇଛି । ଯାହାକୁ ଭାରତୀୟ ସେନା ନଷ୍ଟ କରିଦେଇଛି । ଏହାସହ ଶ୍ରୀନଗରରେ ହୋଇଥିବା ଡ୍ରୋନ ମାଡ଼କୁ ନଷ୍ଟ ମଧ୍ୟ କରିଦେଇଛି । ସନ୍ଧ୍ୟା ହେଉ ହେଉ ଜମ୍ମୁର ଉଧମପୁର ଜିଲ୍ଲାରେ ପୁଣି ଥରେ ପାକିସ୍ତାନ ଡ୍ରୋନ ହମଲା କରିଛି। ଶ୍ରୀନଗରରେ ଜୋରଦାର ଧମାକା ପରେ ସାଇରନ ବାଜିବାରେ ଲାଗିଛି। ପୂରା ସହରକୁ ବ୍ଲାକଆଉଟ୍ ଘୋଷଣା କରାଯାଇଛି। ଏଲଓସିରେ ଆରଏସପୁରା, ରାଜୌରୀ ଏବଂ ପୁଞ୍ଚରେ ଗୁଳିମାଡ଼ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ଫଳରେ ଏଲଓସିରେ ପୁଣି ଉତ୍ତେଜନା ଦେଖା ଦେଇଛି। ପାକିସ୍ତାନର ପ୍ରତିଟି ଦୁଃସାହସର ମୁହଁତୋଡ଼ ଜବାବ ଦେବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.