ନୂଆଦିଲ୍ଲୀ,୭/୫ : ଭାରତୀୟ ସେନା ପହଲଗାମ ଆକ୍ରମଣର ଯେଉଁ ଜବାବ ଦେଇଛନ୍ତି ତାହା ପାକିସ୍ତାନର ନିଦ ହଜାଇ ଦେଇଛି । ମଙ୍ଗଳବାର ରାତି ପ୍ରାୟ ଦେଢ ଟା ସମୟରେ ଚାଲିଥିବା ‘ଅପରେସନ ସିନ୍ଦୂର’ସାହାଯ୍ୟରେ ଆତଙ୍କୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ପଡ଼ୋଶୀ ଦେଶରେ ଭୟର ବାତାବରଣ ଖେଳିଯାଇଛି ।
ଏହି ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜନୈକ ପାକିସ୍ତାନୀ ନ୍ୟୁଜ ଆଙ୍କର ଲାଇଭ୍ ଟିଭିରେ କାନ୍ଦୁଥିବା ନଜର ଆସିଛନ୍ତି । କୁହାଯାଉଛି କି ସେ ଭାରତୀୟ ଆକ୍ରମଣରେ ମୃତ ହୋଇଥିବା ଲୋକଙ୍କ ପାଇଁ ଶୋକ କରୁଛନ୍ତି । ମୃତ ବ୍ୟକ୍ତିଙ୍କ ଆତ୍ମାକୁ ସଦଗତି ପାଇଁ ସେ ପ୍ରାର୍ଥନା କରୁଥିବା ଦେଖାଯାଉଛି ।
ମାତ୍ର ଏହି ଭିଡ଼ିଓ ବର୍ତ୍ତମାନର କିମ୍ବା ପୁରୁଣା ଅଟେ ତାହା କିଛି ସ୍ପଷ୍ଟ ହୋଇପାରୁନାହିଁ । କିନ୍ତୁ ଅପରେସନ ସିନ୍ଦୂର ପରେ ଏହି ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡ଼ିଓଟି @incognito_qfs ଏକ୍ସ ଆକାଉଣ୍ଟରେ ସେୟାର କରାଯାଇଛି । ଯାହାକୁ ଏବେ ପର୍ଯ୍ୟନ୍ତ ପ୍ରାୟ ୫ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଏହି ଭିଡ଼ିଓରେ ବହୁ ମଜାଳିଆ କମେଣ୍ଟ ଦେଖିବାକୁ ମିଳୁଛି ଜଣେ ଲେଖିଛନ୍ତି କି, ତାଙ୍କୁ ପାକିସ୍ତାନୀ ସିରିୟଲରେ ରୋଲ ମିଳିବା ଆବଶ୍ୟକ,। ସେହିଭଳି ଅନ୍ୟ ଜଣେ କହିଛନ୍ତି କି, ଏ ତ ସମ୍ପୂର୍ଣ୍ଣ ଭାବେ ଅଭିନୟ କରୁଛନ୍ତି’ ।
Bro....wtf is wrong with Pakistani Media 😂🤣😅 pic.twitter.com/bff5zZIMmV
— Incognito (@Incognito_qfs) May 7, 2025