ପ୍ରମୂଖ ଖବର
  • ନିଜ ଉପରେ ଭରସା ରଖିପାରୁ ନାହାନ୍ତି ପାକିସ୍ତାନୀ ନେତା…ସଂସଦରେ କାନ୍ଦିଲେ ସାହବାଜଙ୍କ ଦଳର ସାଂସଦ… କହିଲେ ‘ହେ ଆଲ୍ଲା ଆମକୁ ରକ୍ଷା କର’…
  • ||
  • ‘ପାକିସ୍ତାନକୁ ରକ୍ଷା କରିବାକୁ ହେଲେ ଅସୀମ ମୁନିରଙ୍କୁ ହଟାଅ!’, ସେ ଜଣେ ପାଗଳ’, ନିଜ ଦେଶର ସେନାକୁ ପୂର୍ବତନ ସୈନିକଙ୍କ ସମାଲୋଚନା…
  • ||
  • ଜମି ବଦଳରେ ଚାକିରି ମାମଲାରେ ବଢିଲା ଲାଲୁ ଯାଦବଙ୍କ ଅଡୁଆ, ମାମଲା ଚାଲୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ…
  • ||
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

’ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌’କୁ ବମ୍‌ରେ ଉଡାଇବା ଧମକ ଦେଲା ପାକିସ୍ତାନ, ‘ଅପରେସନ୍ ସିନ୍ଦୂର’ ପରେ ଆସିଲା ଇମେଲ୍

Published By : Prameya | May 7, 2025 7:23 PM

ନୂଆଦିଲ୍ଲୀ,୭।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ଭିତରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବମ୍‌ରେ ଉଡାଇ ଦେବାର ଧମକ। ଏହାପରେ ଆରମ୍ଭ ହୋଇଛି ସୁରକ୍ଷା ବନ୍ଦୋବସ୍ତ। ଗୁଜରାଟ କ୍ରିକେଟ ଆସୋସିଏସନ୍ (ଜିସିଏ)ର ଅଧିକାରୀମାନେ ଇମେଲ୍‌ରେ ଏକ ଧମକପୂର୍ଣ୍ଣ ମେଲ୍ ଦେଇଛନ୍ତି। ଯେଉଁଥିରେ ଲେଖାଯାଇଛି, ଆମେ ଆପଣଙ୍କ ଷ୍ଟାଡିୟମକୁ ଉଡାଇ ଦେବୁ। ଏହି ମେଲ୍‌କୁ ‘ପାକିସ୍ତାନ’ ନାଁରେ ପଠାଯାିଛି। ଏହାପରେ ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଛି। ମାମଲାର ଗମ୍ଭୀରତାକୁ ଦେଖି ଯାଞ୍ଚ ଆରମ୍ଭ କରିଦେଇଛି। ଏହି ଧମକ ‘ଅପରେସନ୍ ସିନ୍ଦୂର’ର ତୁରନ୍ତ ପରେ ଆସିଛି। ଏଭଳି ସମୟର ଏହି କଥାକୁ ଗମ୍ଭୀରତାର ସହ ନେଇ ତଲାସୀ ଜାରି ରହିଛି।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଧମକ ଏଭଳି ସମୟରେ ଆସିଛି ଯେତେବେଳେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଆଇପିଏଲର ଦୁଇଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଚାଲିଛି। ଏହାକୁ ଦେଖି ଷ୍ଟାଡିୟମ୍ ଓ ଆଖପାଖର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡା କରି ଦିଆଯାଇଛି। ଗୁଜରାଟ ପୋଲିସ ଓ ସାଇବର କ୍ରାଇମ୍ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇମେଲ୍‌ କେଉଁଠୁ ଆସିଛି ତା’ର ଯାଞ୍ଚ କରିବା ଆରମ୍ଭ କରିଦେଇଛି।  

ଜିସିଏର ବରିଷ୍ଠ ଅଧିକାରୀ କହିଛନ୍ତି, ଲଗାତାର ପୋଳିସ ଓ ସୁରକ୍ଷା ଏଜେନ୍ସି ଯୋଗାଯୋଗରେ ଅଛନ୍ତି। ଷ୍ଟାଡିୟମର ସବୁ ସୁରକ୍ଷା ମାନକକୁ କଡାକଡି କରି ଦିଆଯାଇଛି। ଏହାଛଡ ବିସିସିଆଇ ଓ ଆଇପିଏଲ ଆୟୋଜନ କମିଟିକୁ ମଧ୍ୟ ଏହି ମାମଲାର ସୂଚନା ଦିଆଯାଇଛି। ପୋଲିସ ଆଶ୍ବସ୍ତ କରିଛି ଯେ, ଧମକର ସଦସ୍ୟତା ସମ୍ପର୍କରେ ପୁରାପୁରି ଯାଞ୍ଚ କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.