ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଓ୍ବିମେନ୍ସ ପ୍ରିମିୟର ଲିଗ୍ ପୂର୍ବରୁ ୟୁପି ବଦଳାଇଲା କ୍ୟାପଟେନ୍ , ଏହି ଖେଳାଳୀଙ୍କୁ ଦେଲା ଦାୟିତ୍ବ

Published By : Prameya | February 9, 2025 10:19 PM

ନୂଆଦିଲ୍ଲୀ, ୯/୨ :   ଓ୍ବିମେନ୍ସ ପ୍ରିମିୟର ଲିଗ୍ ୨୦୨୫(WPL ୨୦୨୫) ୧୪ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ୧୫ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ସିଜନ୍ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଭାରତର ଷ୍ଟାର ଖେଳାଳୀ ଦୀପ୍ତି ଶର୍ମାଙ୍କୁ ୟୁପି ୱାରିୟର୍ସ ପକ୍ଷରୁ ଅଧିନାୟକ ଘୋଷଣା କରାଯାଇଛି । ଦଳର ନିୟମିତ ଅଧିନାୟିକା ଏଲିସା ହିଲି ଆହତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଡାହାଣ ଗୋଡ଼ରେ ଆଘାତ ଯୋଗୁଁ ଏଲିସା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି। ଏବେ ତାଙ୍କ ସ୍ଥାନରେ ଦୀପ୍ତି ଶର୍ମା ଦଳର ଅଧିନାୟକ ହେବେ। 

ଦୀପ୍ତି ଶର୍ମା ୨୦୨୩ମସିହାରୁ ୟୁପି ୱାରିୟର୍ସ ପାଇଁ ଖେଳୁଛନ୍ତି ଏବଂ ଏହି ଦଳର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ଦୀପ୍ତି WPLରେ ୟୁପି ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଅଟନ୍ତି । ସେ ଏ ପର୍ଯ୍ୟନ୍ତ ୧୭ ମ୍ୟାଚ୍‌ରେ ୧୯ୱିକେଟ୍ ନେଇଛନ୍ତି। ସେ ଦଳ ପାଇଁ ତୃତୀୟ ସର୍ବାଧିକ ରନ ସ୍କୋରର ମଧ୍ୟ। ସେ ଏ ପର୍ଯ୍ୟନ୍ତ WPLରେ ୟୁପି ପାଇଁ ୧୬ଇନିଂସରେ ୩୮୫ରନ୍ କରିଛନ୍ତି । ପ୍ରକାଶ ଯେ, ଦୀପ୍ତିଙ୍କ ପାଇଁ ଅଧିନାୟକ ପଦ ପାଇବା କିଛି ନୂଆ କଥା ନୁହେଁ କାରଣ ସେ ଘରୋଇ ସ୍ତରରେ ବେଙ୍ଗଲ ଦଳର ନେତୃତ୍ୱ ନେଇସାରିଛନ୍ତି। ୟୁପି ୱାରିୟର୍ସ ଏଲିସା ହିଲିଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଚିନେଲ୍ ହେନରୀଙ୍କୁ ସାମିଲ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.