ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଦଳିତ ଯୁବକଙ୍କୁ ନିର୍ଯାତନା ଘଟଣା : ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟିଲା ଦଳିତ ମହାସଙ୍ଘ, କାର୍ଯ୍ୟାନୁଷ୍ଠାନ ଦାବି

Published By : Rasmita Pradhan | June 24, 2025 12:48 PM

ଛତ୍ରପୁର, ୨୪/୦୬ : ଗଞ୍ଜାମ ଧରାକୋଟ ଥାନା ଖାରିଗୁମା ଗାଁରେ ଦୁଇ ଜଣ ଦଳିତଙ୍କୁ ଲଣ୍ଡା କରି ଆଣ୍ଠୁରେ ଚଲାଇବା ଘଟଣା। ଏହାର ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ ପୃଷ୍ଟିଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି। ରାଜେଶ ସେନାପତି ଏବଂ ସଂଗ୍ରାମ ନାୟକଙ୍କ ନେତୃତ୍ୱରେ ଆସିଥିବା ସଦସ୍ୟମାନେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ଏହି ଘଟଣା ମାନବାଧିକାରର ଉଲ୍ଲଙ୍ଘନ ସହ ଦଳିତ ସମାଜ ପାଇଁ ଏହା ନିର୍ଯାତନା ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ନିବେଦନ କରିଛନ୍ତି। 

ସୂଚନାନୁଯାୟୀ, ଧରାକୋଟ ଥାନା ଖାରିଗୁମା ଗାଁରେ ରବିବାର ଅପରାହ୍ଣରେ ସ୍ଥାନୀୟ ଗୋ-ରକ୍ଷକ ସଂଗଠନର କେତେକ ବ୍ୟକ୍ତି ସିଙ୍ଗିପୁର ଗାଁର ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଅଟକାଇବା ସହ ସେମାନଙ୍କଠୁ ବେଆଇନ ଭାବେ ଅର୍ଥ ଦାବି କରିଥିଲେ । ବାବୁଲା ଓ ବୁଲୁ ଅକ୍ଷମତା ପ୍ରକାଶ କରିବାରୁ ସେମାନେ ଉଭୟଙ୍କୁ ନିର୍ଯାତନା ଦେଇଥିଲେ । ଦୁଇ ଜଣଙ୍କୁ ବାରିକ୍ ଦ୍ୱାରା ଅଧା ଲଣ୍ଡା କରାଇ ଖାରିଗୁମାରୁ ଜାହାଡ଼ା ପର୍ଯ୍ୟନ୍ତ ୨ କିମି ମାଡ଼ ମାରି ଚଲାଇ ଆଣିଥିଲେ । ଜାହାଡ଼ା ଗାଁ ଦାଣ୍ଡରେ ଆଣ୍ଠେଇ ଚଲାଇବା ସହ ପାଟିରେ ଘାସ ପୂରାଇ ନର୍ଦ୍ଦମା ପାଣି ପିଆଇବା ଅଭିଯୋଗ ହୋଇଥିଲା । ଉଭୟେ ଏନେଇ ଧରାକୋଟ ଥାନାରେ ଅଭିଯୋଗ କରିଥିଲେ । ଗୋଚାଲାଣ କରୁଥିବା କହି ଦାଦାଗିରି ଦେଖାଇଥିବା ଅଭିଯୋଗ ପରେ ପୁଲିସ ୯ ଜଣଙ୍କୁ ଅଟକ ରଖିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.