ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଡି ଗୁକେଶ; ନିଜ ଦସ୍ତଖତ ଥିବା ଚେସ ବୋର୍ଡକୁ ଦେଲେ ଉପହାର

Published By : Bijay Swain | December 29, 2024 12:04 AM

Image courtesy: aajtak

ନୂଆଦିଲ୍ଲୀ:  ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଆଗମୀ ବିଶ୍ୱ ଚେସ ଚାମ୍ପିୟନସିପରେ ଜିତିବା ପାଇଁ ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ଗୁକେଶଙ୍କ ସହ ତାଙ୍କ ବାପା ଓ ମା ମଧ୍ୟ ଉପସ୍ଥିତ ଥିଲେ। ସୂଚନା ମୁତାବକ, ଚଳିତ ମାସରେ ଗୁକେଶ ବିଶ୍ୱ ଚେସ୍ ଚାମ୍ପିୟନସିପର ୧୪ତମ ଓ ଶେଷ ପର୍ଯ୍ୟାୟରେ ଚୀନର ଚେସ ମାଷ୍ଟର ଡିଙ୍ଗ ଲିରେନଙ୍କୁ ହରାଇ ଏହି ଗୈରବକୁ ନିଜ ନାମରେ ସ୍ଥାପିତ କରିଥିଲେ। ଏହି କ୍ରମରେ ସେ ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ ହୋଇପାରିଛନ୍ତି।

ଗୁକେଶଙ୍କ ସହ ସାକ୍ଷାତକାର ସମୟର ଫଟୋକୁ ପିଏମ ମୋଦିଙ୍କ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। “ଚେସ୍ ଚାମ୍ପିୟନ ଓ ଭାରତର ଗୈରବ ଗୁକେଶଙ୍କ ସହ ବହୁତ ସମୟ କଟିଲା। କିଛି ବର୍ଷ ହେବ ମୁଁ ତାଙ୍କ ସହ ଲଗାତାର ସମ୍ପର୍କରେ ଅଛି। ତାଙ୍କର ଦୃଢ ସଂକଳ୍ପ ଓ ସମର୍ପଣର ଭାବ ମତେ ସବୁଠୁ ଅଧିକ ପ୍ରଭାବିତ କରିଛି। ତାଙ୍କର ଆତ୍ମବିଶ୍ୱାସ ସତରେ ବହୁତ ପ୍ରେରଣାଦାୟୀ । ମତେ କିଛି ବର୍ଷ ପୂର୍ବର ତାଙ୍କର ଏକ ଭିଡିଓ ମନେଅଛି, ଯେଉଁଥିରେ ସେ କହୁଥିଲେ ସେ ବିଶ୍ବର ସର୍ବ କନିଷ୍ଠ ୱାର୍ଲ୍ଡ ଚାମ୍ପିୟନ ବନିବାର ଲକ୍ଷ୍ୟ ରଖିଛନ୍ତି। ଯାହା ତାଙ୍କର ନିରନ୍ତର ଚେଷ୍ଟା ଫଳରେ ସମ୍ଭବ ହୋଇପାରିଛି” ବୋଲି ପିଏମ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। 

ଏହି ସାକ୍ଷାତକାର ସମୟରେ ଗୁକେଶ ନିଜ ସାଥିରେ ଆଣିଥିବା ଏକ ଚେସ ବୋର୍ଡ ମୋଦିଙ୍କୁ ଉପହାର ସ୍ୱରୁପ ଦେଇଥିଲେ। ଏହି ଚେସ ବୋର୍ଡରେ ଗୁକେଶଙ୍କ ଦସ୍ତଖତ ମଧ୍ୟ ରହିତିଲା। ଏହି ଚେସ ବୋର୍ଡରେ ଖେଳି ଗୁକେଶ ବିଶ୍ୱ ବିଜେତା ଟାଇଟଲ ହାସଲ କରିଥିଲେ।  

ଡି ଗୁକେଶ ଚେସ୍ ବିଶ୍ୱର ସର୍ବକନିଷ୍ଟ ବିଶ୍ୱ ବିଜେତା ହେବାର ମୁକୁଟ ହାସଲ କରିଛନ୍ତି। ଗୁକେଶଙ୍କ ପୂର୍ବରୁ ଋଷର ମହାନ ଚେସ୍ ଖେଳାଳି କାସ୍ପାରୋବଙ୍କ ନିକଟରେ ବିଶ୍ବର ସର୍ବକନିଷ୍ଠ ବିଶ୍ୱ ବିଜେତା ହେବାର ଗୈରବ ରହିଥିଲା। ସେ ୧୯୮୫ ମସିହାରେ ଅନାତେଲି କାପୋର୍ବଙ୍କୁ ୨୨ ବର୍ଷ ବୟସରେ ହରାଇ ଏହି ମୁକୁଟ ହାସଲ କରିଥିଲେ। 

ସୁଚନା ମୁତାବକ ଗୁକେଶ ୱାର୍ଲ୍ଡ ଚେସ ଚାମ୍ପିୟନ ହାସଲ କରିଥିବା ଭାରତର ଦ୍ୱିତୀୟ ଖେଳାଳି। ଭାରତର ପ୍ରଥମ ଖେଳାଳି ଭାବେ ବିଶ୍ୱନାଥନ ଆନନ୍ଦଙ୍କ ନାମରେ ବିଶ୍ୱ ବିଜେତା ଟାଇଟେଲ ରହିଛି। ବିଶ୍ୱନାଥନ 5 ଥର ବିଶ୍ୱ ବିଜେତା ଟାଇଟେଲ ନିଜ ନାମରେ କରିଛନ୍ତି। ଶେଷଥର ପାଇଁ ବିଶ୍ୱନାଥନ ୨୦୧୩ ମସିହାରେ ଏହି ମୁକୁଟ ହାସଲ କରିଥିଲେ। ଏହାସହ ଗୁକେଶ ବିଶ୍ୱନାଥନ ଆନନ୍ଦଙ୍କ କ୍ଲବରେ ମଧ୍ୟ ସାମିଲ ହୋଇଯାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.