ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ବିଶ୍ୱ ଚେସ୍‌ ଚାମ୍ପିଅନସିପ୍‌: ଗୁକେଶ ଓ ଲିରେନଙ୍କ ଦଶମ ରାଉଣ୍ଡ୍‌ ଡ୍ର’, ୫-୫ ପଏଣ୍ଟରେ ବରାବର

Published By : Prameya | December 8, 2024 9:57 AM

ସିଙ୍ଗାପୁର,୦୮/୧୨: ଡିଫେଣ୍ଡିଂ ଚାମ୍ପିଅନ୍‌ ଡିଙ୍ଗ୍‌  ଲିରେନ୍‌ ଓ ଭାରତର ଡି. ଗୁକେଶଙ୍କ ମଧ୍ୟରେ ଚାଲିଥିବା ବିଶ୍ୱ ଚେସ୍‌ ଚାମ୍ପିଅନସିପ୍‌ ମୁକାବିଲାର ଦଶମ ରାଉଣ୍ଡ୍‌ ଡ୍ର’  ହୋଇଛି । ଫଳରେ ଉଭୟ ଖେଳାଳି ପଏଣ୍ଟ ଭାଗ କରିଛନ୍ତି  ଏବଂ ସ୍ଥିତି ୫-୫ ପଏଣ୍ଟରେ ବରାବର ରହିଛି । ଏହି  ମୁକାବିଲାରେ କ୍ରମାନ୍ୱୟରେ ୭ଟି ରାଉଣ୍ଡ୍‌ ଡ୍ର’ ହୋଇଛି ।  ଆଉ ୪ ରାଉଣ୍ଡ୍‌ ଖେଳ ବାକି ଅଛି । ଯଦି ମ୍ୟାଚ୍‌ ଅମୀମାଂସିତ  ରହେ ତା’ହେଲେ ଉଭୟଙ୍କ ମଧ୍ୟରେ ଟାଇବ୍ରେକ୍‌ ଖେଳାଯିବ । 

ଲିରେନ ଶନିବାର ଧଳା ଗୋଟିରେ ଲଣ୍ଡନ ସିଷ୍ଟମ  ରଣନୀତିରେ ଖେଳ ଆରମ୍ଭ କରିଥିଲେ । କ୍ୟାଣ୍ଡିଡେଟ୍ସ  ଚାମ୍ପିଅନ୍‌ ଗୁକେଶ ତାଙ୍କୁ କଡ଼ା ଜବାବ ଦେଇଥିଲେ ।  ଦଶମ ଗୋଟି ଚାଳନାରେ ଗୁକେଶ ୨୬ମିନିଟ୍‌ ଅପଚୟ  କରିଥିଲେ ହେଁ ଏହା ତାଙ୍କ ଉପରେ କୌଣସି  ପ୍ରଭାବ ପକାଇନଥିଲା । ଶେଷରେ ୩୬ଟି ଗୋଟି  ଚାଳନା ପରେ ଉଭୟ ପଏଣ୍ଟ ଭାଗ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.