ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଲଗାଣ ବର୍ଷାଯୋଗୁ ଚେନ୍ନାଇରେ ବନ୍ୟାର ଭ୍ରମ; ସର୍ତ୍ତାବଳୀ ଜାରି କଲା ଆଇଏମ୍‌ଡି

Image source: ndtv

ନୂଆଦିଲ୍ଲୀ,୦୫/୧୨: ଡିସେମ୍ବର ୨ ରେ ବଙ୍ଗୋପସାଗରରୁ ଉତ୍ପନ୍ନ ହୋଇଥିବା ଘୁର୍ଣ୍ଣିଝଡ଼ ମିଗଜୋମ୍ ଡିସେମ୍ବର ୫ ତାରିଖ ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଏହି ବାତ୍ୟାର ପ୍ରଭାବ ଓଡିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ପୁଡୁଚେରୀରେ ପଡ଼ିବ। ଏହାରି ଭିତରେ ଘଣ୍ଟା ପ୍ରତି ୯୦ ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ। ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି।

ମିଆଁମାର ପକ୍ଷରୁ ଏହି ବାତ୍ୟାର ନାଁ 'ମିଗଜୋମ୍' ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହା ହେଉଛି ଚତୁର୍ଥ ଘୂର୍ଣ୍ଣିଝଡ଼ ଏବଂ ୨୦୨୩ରେ ଭାରତ ସାମ୍ନା କରିବାକୁ ଥିବା ଷଷ୍ଠ ବାତ୍ୟା। ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, ମଙ୍ଗଳବାର ଅପରାହ୍ନ ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁ ଉପକୂଳ ଦେଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି। 

ବର୍ଷା ଯୋଗୁ ଧନଜୀବନ ଅସ୍ତବ୍ୟସ୍ତ: 

ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଳମୟ ହେବା କାରଣରୁ ଚେନ୍ନାଇ ବିମାନବନ୍ଦରରେ କାର୍ଯ୍ୟ ବନ୍ଦ ରହିଛି। ମଙ୍ଗଳବାର ସକାଳ ୯ ଟା ପର୍ଯ୍ୟନ୍ତ ରନୱେ ବନ୍ଦ ରହିଛି। ବାହାରୁ ଆସୁଥିବା ବିମାନଗୁଡ଼ିକୁ ବେଙ୍ଗାଲୁରୁକୁ ପଠାଯାଉଛି। ସେପଟେ ରେଳ ଷ୍ଟେସନରେ ଥିବା ପ୍ଲାଟଫର୍ମଗୁଡିକର ଛାତରୁ ପାଣି ଝରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୦୪ ଟ୍ରେନ୍ ଏବଂ ୭୦ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ସର୍ବସାଧାରଣ ସ୍ଥାନ ଜଳମଗ୍ନ ହେବା କାରଣରୁୁ ଅଧିକାଂଶ କାର୍‌ ଭାସିଯାଉଥିବା ଦେଖିବାକୁ ମିଳିଛି। ଏଠାରେ ଏସଡିଆର୍‌ଏଫ୍‌ ଏବଂ ଏନ୍‌ଡିଆର୍‌ଏଫ୍ ଦଳ ନିୟୋଜିତ ହୋଇଛନ୍ତି। 

Also Read :-

ଇଣ୍ଡୋନେସିଆରେ ଆଗ୍ନେୟ ଉଦ୍‌ଗିରଣ: ୧୧ ପର୍ବତାରୋହୀ ମୃତ, ଆହୁରି ୧୨ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି


 

  • prameyanews
  • PrameyaOdia
  • prameya
  • Cyclone Michaung
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.