ପ୍ରମୂଖ ଖବର
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

Published By : Harapriya Sethi | May 23, 2025 11:57 AM

ଭୁବନେଶ୍ୱର, ୨୩/୦୫: ବିଦେଶରେ ଚାକିରି ସହ ମୋଟା ଅଙ୍କର ଦରମା ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବକଙ୍କୁ ପ୍ରଲୋଭନ ଦେଖାଇ ଠକୁଥିଲା ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବିଷ୍ଣୁ ପ୍ରସାଦ ପଟ୍ଟନାୟକ । ଏନେଇ ଠକେଇର ଶିକାର ହୋଇଥିବା ଯୁବକମାନେ ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ତାଙ୍କୁ ଖୋଜୁଥିବା ଜାଣି ୭ ବର୍ଷ ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ । ଜାଲ୍ ପାସପୋର୍ଟରେ କମ୍ୱୋଡିଆ ଦେଶରେ ରହୁଥିଲା ଅଭିଯୁକ୍ତ ।ତେବେ ୨୧ ତାରିଖରେ ଲୁଚି କରି ଘରକୁ ଫେରୁଥିବା ବେଳେ କ୍ରାଇମ୍ ବ୍ରାଞ୍ଚ ଟିମ୍ ତାଙ୍କୁ ଗିରଫ କରିଛି । 

ସୂଚନା ମୁତାବକ,  ୨୦୧୮ ମସିହାରେ ରାୟଗଡ଼ାର ଜଣେ ବ୍ୟକ୍ତିଙ୍କୁ ବିଦେଶୀ ଉଡ଼ାଜାହାଜ କମ୍ପାନିରେ ଚାକିରି ଦେବାକୁ କହି ୯୦ ଲକ୍ଷ ଓ ଅନ୍ୟ ଜଣଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ପରେ ତା ନାଁରେ ଏକାଧିକ ଅଭିଯୋଗ ଆସିଥିଲା । ଫେରାର ପରେ ୨୦୧୯ରୁ ତା' ନାଁରେ ରେଡ୍ କର୍ଣ୍ଣର ନୋଟିସ୍ ବି ରହିଛି । ୭ ବର୍ଷ ହେବ ଦେଶରୁ ଫେରାର ହୋଇ ଜାଲ୍ ପାସପୋର୍ଟରେ କମ୍ୱୋଡିଆ ଦେଶରେ ରହୁଥିଲା । ହେଲେ ଗତ ୨୧ ତାରିଖରେ ଲୁଚିକି ଘରକୁ ଫେରୁଥିବା ବେଳେ ଭୁବନେଶ୍ୱରରୁ ଗିରଫ ହୋଇଛି ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକ । ତାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କ୍ରାଇମ୍ ବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.