ପ୍ରମୂଖ ଖବର
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଭିଜିଲାନ୍ସ ପଞ୍ଝାରେ R&B ଡିଭିଜନ୍‌ କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୮ ଟି ସ୍ଥାନରେ ଚଢାଉ

Published By : Harapriya Sethi | May 23, 2025 10:48 AM

ନୂଆପଡ଼ା,୨୩/୦୫:  ଭିଜିଲାନ୍ସ ପଞ୍ଝାରେ ନୂଆପଡ଼ା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ(ଆର ଆଣ୍ଡ ବି) ଜେଇ । ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ସୁଶାନ୍ତ କୁମାର ସେଠୀଙ୍କ ଅଫିସ୍ ସମେତ ୮ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ରେଡ୍ ମାରିଛି । ଏହି ଚଢ଼ାଉରେ ୭ଜଣ ଡିଏସପିଙ୍କ ନେତୃତ୍ୱରେ ୩ଜଣ ଇନ୍ସପେକ୍ଟର ଓ ୧୦ଜଣ ଏଏସଆଇ ସମେତ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି ।

ନୂଆପଡ଼ା ଆର୍ ଆଣ୍ଡ୍ ବି ଜେଇ ସୁଶାନ୍ତ କୁମାର ସେଠୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜେଇ ସୁଶାନ୍ତ କୁମାର ସେଠୀଙ୍କ ଘର ଓ ଅଫିସ୍ ଭଳି ୮ଟି ସ୍ଥାନରେ ଚଢ଼ାଉ ପାଇଁ ସର୍ଚ୍ଚ ୱ।ରେଣ୍ଟ ଆଣିଥିଲେ । ଶୁକ୍ରବାର ସକାଳୁ ଭୁବନେଶ୍ୱର ଲିଙ୍ଗିପୁର ଗଂଗୋତ୍ରୀ ନଗର ପ୍ଲଟ୍ ନଂ ୧୦ରେ ଅବସ୍ଥିତ ତିନି ମହଲା ଘର, ପ୍ଲଟ୍ ନଂ ୧୦/୩୯୨୦ରେ ନିର୍ମାଣାଧୀନ ଘର, ପୁରୀ ଜିଲ୍ଲା ପିପିଲି ଥାନା ବିଲିପଡ଼ା ସ୍ଥିତ ପ୍ଲଟ୍ ନଂ ୬୪୯ରେ ଏକ ଫାର୍ମ ହାଉସ, ଭୁବନେଶ୍ୱର ବ୍ରିଟ୍‌ କଲୋନୀ ବ୍ରହ୍ମେଶ୍ୱରପାଟଣାର ଏକ ସମ୍ପର୍କୀୟଙ୍କ ଘର, ନୂଆପଡ଼ା ସ୍ଥିତ ଅଫିସ ଓ ସରକାରୀ ବାସଭବନ, ଭୁବନେଶ୍ୱର କେଦାର ଲେନରେ ପ୍ଲଟ୍ ନଂ ୬୨୩ରେ ଜେଇଙ୍କ ସହଯୋଗୀ ଓ ଭୁବନେଶ୍ୱର ପୁରୁଣା ସହର ଗ୍ୟାରେଜ ଛକ ପ୍ଲଟ୍ ନଂ ୮୬୬ରେ ଅନ୍ୟ ଜଣେ ସହଯୋଗୀଙ୍କ ଘର ଭଳି ୮ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଏହି ଚଢ଼ାଉରେ ୭ଜଣ ଡିଏସପିଙ୍କ ନେତୃତ୍ୱରେ ୩ଜଣ ଇନ୍ସପେକ୍ଟର ଓ ୧୦ଜଣ ଏଏସଆଇ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ଏବେ ସର୍ଚ୍ଚ ଜାରି ରହିଛି ଓ ସମ୍ପତ୍ତିର ଆକଳନ ହୋଇନାହିଁ । ଆଗକୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ଟିମ୍ ପକ୍ଷରୁ ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.