ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ସରକାରୀ ନିୟମକୁ ଡ଼ର ନାହିଁ, ମନ ଇଚ୍ଛା ଯାତ୍ରୀଙ୍କୁ ଦର କଷୁଛନ୍ତି ଘରୋଇ ବସ୍: ୪ ମାସରେ ୨ ଶହ ଅଭିଯୋଗ, ପରିବହନ ବିଭାଗ ଚୁପ୍‌

Published By : Prameya | May 23, 2025 2:17 PM

ଭୁବନେଶ୍ୱର,୨୩/୦୫: ଘରୋଇ ବସ୍‌ରେ  ଯାତ୍ରା ପାଇଁ ସରକାର କିମି ପିଛା ଦର ଧାର୍ଯ୍ୟ କରିଛନ୍ତି ।  ହେଲେ ବସ୍‌ କଣ୍ଟକ୍ଟରମାନେ ଯାତ୍ରୀଙ୍କୁ ଶୋଷଣ କରି  କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ୧୬ ମାସ  ଭିତରେ ସାରା ରାଜ୍ୟରେ ୨ଶହରୁ ଅଧିକ ଅଭିଯୋଗ  ହୋଇଛି । ହେଲେ ପରିବହନ ବିଭାଗ ମାତ୍ର ଗୋଟିଏ  ଅଭିଯୋଗରେ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବସ୍‌  ମାଲିକଙ୍କୁ ଜରିମାନା କରିଥିବା ଜଣାପଡିଛି । ତା’ପୁଣି  ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ । ଯାହାକୁ ନେଇ  ପରିବହନ ବିଭାଗର କାର୍ଯ୍ୟଦକ୍ଷତାକୁ ଉପରେ  ପ୍ରଶ୍ନ ଉଠିଛି ।  

ସରକାରଙ୍କ ନିୟମ କହୁଛି, ସାଧାରଣ ବସ୍‌ରେ  ଯାତ୍ରା ପାଇଁ କିମି ପିଛା ଦର ୮୮ ପଇସା । ଦ୍ରୁତଗାମୀ  ବସ୍‌ କିମି ପିଛା ୯୩ ପଇସା, ଡିଲକ୍ସ ବସ୍‌ କିମି  ପିଛା ୧ ଟଙ୍କା ୨୭ ପଇସା, ଏସି ଡିଲକ୍ସ ଭଡା ୧  ଟଙ୍କା ୫୫ ପଇସା ଓ ସୁପର ପ୍ରିମିୟମ ବସ୍‌ ଭଡ଼ା  ପ୍ରତି କିମି ପିଛା ୨ ଟଙ୍କା ୪୨ ରହିଛି । କିନ୍ତୁ ଏହି  ନିୟମକୁ କେହି ମାନୁନାହାନ୍ତି । ଭୁବନେଶ୍ୱର ବରମୁଣ୍ଡା  ବସ୍‌ଷ୍ଟାଣ୍ଡରୁ ବାଲେଶ୍ୱର ଟାଉନ୍‌ର ଦୂରତା ୨୦୩  କିଲୋମିଟର । ଯଦି କୌଣସି ବ୍ୟକ୍ତି ଏସି ଡିଲକ୍ସ  ବସ୍‌ରେ ଭୁବନେଶ୍ୱରରୁ ବାଲେଶ୍ୱର ଯାଉଛନ୍ତି ତାଙ୍କ  ଠାରୁ କଣ୍ଟକ୍ଟର ୩୫୦ ଟଙ୍କା ନେଉଛନ୍ତି । ସରକାରୀ  ଭଡ଼ା ୧ ଟଙ୍କା ୫୫ ପଇସା ହିସାବରେ ୨୦୩ କିମିକୁ  ୩୧୪ ଟଙ୍କା ୬୫ ପଇସା ହେଉଛି । ବସ୍‌ କଣ୍ଡକ୍ଟର  ୩୧୫ଟଙ୍କା ନେଇପାରିବ । ହେଲେ ସେମାନେ ଯାତ୍ରୀଙ୍କ  ପିଛା ୩୦ ଟଙ୍କା ଲେଖାଏଁ ଅଧିକ ନେଉଛନ୍ତି ।  

ଏହି ହିସାବରେ ଭୁବନେଶ୍ୱରରୁ ବାଲେଶ୍ୱର  ଗୋଟିଏ ବସ୍‌ ଥରକେ ୫୦ ବସ୍‌ ଯାତ୍ରୀଙ୍କୁ ନେଇ ଯାଏ  ତା’ହେଲେ ୩୦ ଟଙ୍କା ହିସାବରେ ୧୫ ଶହ ଟଙ୍କା  ଶୋଷଣ କରୁଛି । ଦିନକୁ ୧୫ ଶହ ଟଙ୍କା ହେଲେ ମାସକୁ  ୪୫ ହଜାର ଆଉ ବର୍ଷକୁ ୫ ଲକ୍ଷ ୪୦ ହଜାର । ଗୋଟିଏ  ବସ୍‌ ଯଦି ୫ ଲକ୍ଷ ୪୦ ହଜାର ଟଙ୍କା ଯାତ୍ରୀମାନଙ୍କ  ଠାରୁ ଲୁଟେ ତା’ହେଲେ ଭୁବନେଶ୍ୱରରୁ ବାଲେଶ୍ୱର  ଦିନକୁ ୧୦ରୁ ୧୫ରୁ ବସ୍‌ ଯାଉଛି । ଏଥିରୁ କେତେ  କୋଟି ଟଙ୍କା ଏମାନେ ଲୁଟୁଥିବେ ତାହା ଅନୁମେୟ । 

ଭୁବନେଶ୍ୱରରୁ ବାଲୁ ଗାଁ (ବାଇପାସ୍‌) ଦୂରତା  ୯୦ କିଲୋମିଟର । ସାଧାରଣ ଘରୋଇ ବସ୍‌  ଗୁଡ଼ିକ ଯାତ୍ରୀଙ୍କ ଠାରୁ ୧୦୦ରୁ୧୨୦ ଟଙ୍କା ନେଉଥିବା  ବେଳେ ଏସି ଡିଲକ୍ସ ୧୫୦ ଟଙ୍କା ଭଡ଼ା ନେଉଛନ୍ତି । ସରକାରୀ ଦର କିମି ପିଛା ୮୮ ପଇସା । ସେହି  ହିସାବରେ ୮୦ ଟଙ୍କା ହେଉଛି । ଡିଲକ୍ସର ବସ୍‌ ଭଡ଼ା  ୧୧୫ ଟଙ୍କା ହେଉଛି । ହେଲେ ସେମାନେ ମନଇଚ୍ଛା  ଲୁଟୁଛନ୍ତି । ଭୁବନେଶ୍ୱର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ କଟକ  ନେତାଜୀ ବସ୍‌ ଷ୍ଟାଣ୍ଡ ଦୂରତା ୩୧ କିଲୋମିଟର । ୩୧  କିଲୋମିଟରକୁ ସରକାରୀ ଦର ହିସାବରେ ୨୭.୨୮  ଟଙ୍କା ହେଉଛି । ହେଲେ ବସ କଣ୍ଡକ୍ଟର ୫୦ ଟଙ୍କା  ନେଉଛନ୍ତି । ଯଦି କୌଣସି ଯାତ୍ରୀ ପ୍ରତିବାଦ କରୁଛି  ତା’ହେଲେ ବସ୍‌ କଣ୍ଟକ୍ଟର ଗାଳିମନ୍ଦ କରିବା ସହ  ଅଧାବାଟରୁ ଓହ୍ଲାଇ ଦେବାକୁ ଧମକ ଦେଉଛନ୍ତି ।  

ଗତମାସରେ ଏମିତି ଏକ ଘଟଣା ଦେଖିବାକୁ  ମିଳିଥିଲା ଭୁବନେଶ୍ୱରରେ । କେନ୍ଦ୍ରାପଡ଼ା ଗୋପାଳପୁର  ଅଞ୍ଚଳର ବ୍ୟବସାୟୀ ପ୍ରସନ୍ନଜିତ୍‌ ସାହୁ କଟକ ଲିଙ୍କ୍‌  ରୋଡ୍‌ରୁ ବସ୍‌ରେ(ଓଡି୦୨ଏଇ୮୯୦୬) ବସି  ସିଆରପି ଛକରେ ଓହ୍ଲାଇଲେ । ୨୮ କିଲୋମିଟର  ହିସାବରେ ତାଙ୍କର ୨୪ ଟଙ୍କା ୬୪ ପଇସା  ହେଉଥିଲା । କଣ୍ଟକ୍ଟର ତାଙ୍କୁ ୪୦ ଟଙ୍କା ମାଗିଥିଲେ ।  ଶ୍ରୀ ସାହୁ ଏତେ ଟଙ୍କା ଦେବାକୁ ମନା କଲେ ମଧ୍ୟ  ସ୍ଥିତି ଏମିତି ହୋଇଥିଲା ଯେ, ପ୍ରସନ୍ନଙ୍କ ଠାରୁ  ଜବରଦସ୍ତ ୩୦ ଟଙ୍କା ନେଇଥିଲେ । ଏନେଇ ଶ୍ରୀ  ସାହୁ ଭୁବନେଶ୍ୱର ଆରଟିଓଙ୍କୁ ଜଣାଇଥିଲେ । ହେଲେ  ସେ ନ ଶୁଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ  କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଉକ୍ତ ବସ୍‌  ମାଲିକଙ୍କୁ ଗତ ୧୯ ତାରିଖ ଦିନ ୧୦ ହଜାର ଟଙ୍କା  ଜରିମାନା କରିଛନ୍ତି ଭୁବନେଶ୍ୱର ଆରଟିଓ-୧ ।  

ଗତ ୪ ମାସ ଭିତରେ ୨ଶହରୁ ଅଧିକ  ଅଭିଯୋଗ ହୋଇଛି । ପରିବହନ ବିଭାଗ ମାତ୍ର  ୧ଟିରେ ଫାଇନ୍‌ କରିଥିବା ଜଣାପଡିଛି । ସରକାରଙ୍କ  ଦ୍ୱାରା ଧାର୍ଯ୍ୟ ଦର ଅନୁସାରେ ବସ୍‌ ମାଲିକ ଯାତ୍ରୀ  ପରିବହନ କରୁ ନାହାନ୍ତି । ବସ୍‌ ମାଲିକ ସଂଘ ତିଆରି  କରିଥିବା ନିୟମ ରାଜ୍ୟରେ ଚାଲିଛି । ଯଦି ସରକାର  ଏକାଧିକ ବସ୍‌କୁ ଫାଇନ୍‌ କରୁଛନ୍ତି । ମାଲିକ ସଂଘ  ଆନ୍ଦୋଳନ ଧମକ ଦେଉଛି । ଫଳରେ ବିଭାଗ  ଫାଇନ୍‌ କରିବାକୁ କୁନ୍ଥକୁନ୍ଥ ହେଉଛି । ପ୍ରତି ବସ୍‌  ଯାତ୍ରୀଙ୍କ ଠାରୁ ୨୦ରୁ ୩୦ ଟଙ୍କା ନେଇ କେତେ ଟଙ୍କା  ଲୁଟୁଛନ୍ତି ତାହା ହିସାବ କରିବା କାଠିକର ପାଠ ହେବ । 

ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି,  ଯାତ୍ରୀମାନଙ୍କ ଠାରୁ କିଲୋମିଟର ପିଛା କେତେ ଟଙ୍କା  ନିଆଯିବ ତାହା ସରକାର ଧାର୍ଯ୍ୟ କରିଛନ୍ତି । ଘରୋଇ  ବସ୍‌ ସହ ଆଲୋଚନା ପରେ ଏହି ମୂଲ୍ୟ ନିର୍ଦ୍ଧାରଣ  ହୋଇଛି । ଯଦି କୌଣସି ବସ୍‌ ଯାତ୍ରୀଙ୍କ ଠାରୁ ଅଧିକ  ଟଙ୍କା ନେଉଛି ସେ ନେଇ ଅଭିଯୋଗ ହେଲା ପରେ  ଆମେ ଫାଇନ୍‌ କରୁଛୁ । କଟକ-ଭୁବନେଶ୍ୱର  ଭଡ଼ା ନନ୍‌ ଏସି ବସ୍‌ ଭଡା ୨୫ରୁ୩୦ ଟଙ୍କା । ଯଦି  କୌଣସି ବସ୍‌ ଅଧିକ ଟଙ୍କା ନେଉଛି ତା’ହେଲେ  ଯାତ୍ରୀମାନେ ତାଙ୍କ ବିରୋଧରେ ଅଭିଯୋଗ କରିବାର  ଆବଶ୍ୟକ ରହିଛି ବୋଲ ଶ୍ରୀ ଠାକୁର କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.