ପ୍ରମୂଖ ଖବର
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ

Published By : Prameya | May 23, 2025 10:28 AM

କଟକ,୨୩/୦୫: କାର୍ଯ୍ୟରତ ଶିକ୍ଷକଙ୍କ ଲାଗି କରାଯାଉଥିବା ସ୍ପେସାଲ୍‌ ଓଟିଇଟି (ଓଡ଼ିଶା  ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଆବେଦନ ସମୟସୀମାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)  ପକ୍ଷରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ଦେବା ଲାଗି ଗୁରୁବାର  ଆବେଦନର ଶେଷ ଦିନ ଥିଲା । ମାତ୍ର ଇଚ୍ଛୁକ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ସମସ୍ୟାରୁ ଧାର୍ଯ୍ୟ  ସମୟ ସୀମା ମଧ୍ୟରେ ଆବେଦନ କରିପାରି ନଥିବାରୁ ବୋର୍ଡ ପକ୍ଷରୁ ଫର୍ମ ପୂରଣର ଅବଧିକୁ  ବୃଦ୍ଧି କରାଯାଇଛି । ଏଥିସହ ପୂର୍ବରୁ ଅସଫଳ ଥିବା ଶିକ୍ଷକମାନଙ୍କୁ ଉକ୍ତ ଯୋଗ୍ୟତା ଅର୍ଜନ ପରୀକ୍ଷା  ଦେବା ଲାଗି ପୁଣି ସୁଯୋଗ ଦିଆଯାଇଛି ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.