ଭୁବନେଶ୍ୱର, ୨୪/୦୫: ରାଜ୍ୟରେ ଶନିବାର ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ଆସନ୍ତା ଜୁନ ୩୦ ତାରିଖ ଯାଏ ଏହି ଆବେଦନ ଚାଲିବ । ସାମ୍ସ ପୋର୍ଟାଲରେ www.samsodisha.gov.in ଛାତ୍ରଛାତ୍ରୀ ଆବେଦନ କରିବେ ।
ଜୁଲାଇ ୭ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଜୁଲାଇ ୮ରୁ ୧୪ ତାରିଖ ଯାଏ ନାମଲେଖା ଚାଲିବ । ଜୁଲାଇ ୨୪ରେ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ତଥ୍ୟ ଅନୁସାରେ, ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟରେ ଥିବା ୨୩୯୫ଟି ଜୁନିୟର କଲେଜ (ଯୁକ୍ତ ଦୁଇ)ରେ ୫ଲକ୍ଷ ୬୩ ହଜାର ସିଟ୍ରେ ନାମଲେଖା ହେବ।