କଟକ ସଦର, ୨୪/୦୫ : ମରିଗଲା ମାନବିକତା। ଟପିଗଲା ନୃଶଂସତାର ସବୁ ସୀମା। ବୁଲା ଷଣ୍ଢକୁ ଅମାନୁଷିକ ଭାବେ ଆକ୍ରମଣ। କଟକ ଗତିରାଉତପାଟଣା ଠାରେ ଏଭଳି ଘଟଣା ଘଟିଛି। ଏକ ବୁଲା ଷଣ୍ଢକୁ କେହି ଦୁର୍ବୃତ୍ତ ଅତି ନିର୍ଦ୍ଦୟ ଭାବେ ହାଣି ଲହୁଲୁହାଣ କରିଛି। ଷଣ୍ଢଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏନେଇ କଟକ ପୂର୍ବାଞ୍ଚଳ ଶାଖା ହିନ୍ଦୁ ସେନା ପକ୍ଷରୁ ସିଆରଆରଆଇ ଥାନାରେ ଏତଲା ଦିଆଯାଇଛି।
ଗତ ମାର୍ଚ୍ଚ ମାସରେ ବିରିବାଟୀ ଠାରେ ମଧ୍ୟ ଏଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା। ତେଣୁ ବୁଲା ଷଣ୍ଢଙ୍କୁ କେହି ଜାଣିଶୁଣି ଏଭଳି ଲହୁଲୁହାଣ କରୁଥିବା ନେଇ ହିନ୍ଦୁସେନା ତରଫରୁ ଅଭିଯୋଗ ହୋଇଛି। ଏହାର ଉପଯୁକ୍ତ ତଦନ୍ତ ଦାବି କରାଯାଇଛି।