ପ୍ରମୂଖ ଖବର
  • ରାଜା ଚକ୍ର ଓ ଦୁଇ ସହଯୋଗୀ କେନ୍ଦୁଝର କୋର୍ଟରେ ହାଜର, ବୋଲ୍ ନେଇ ହେବ ଶୁଣାଣି
  • ||
  • ପୁରୀ: ବଢ଼ିବ ଜଗତଗୁରୁ ଶଙ୍କାରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା, ପୁରୀ ଏସ୍‌ପି ବିନୀତ୍ ଅଗ୍ରୱାଲଙ୍କ ସୂଚନା
  • ||
  • ବାଲେଶ୍ୱର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ : ତିଗିରିଆରେ ବଢି ଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକକାଳୀନ ୧୬ଟି ସ୍ଥାନରେ ଚଢାଉ
  • ||
  • ସମ୍ବଲପୁରରୁ ହାତୀ ଶାବକର ମୃତଦେହ ଉଦ୍ଧାର, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ଅନୁମାନ
  • ||
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆକଳନର ୮ ଦିନ ପୂର୍ବରୁ ବର୍ଷିଲା
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତ ଆଶଙ୍କା

Published By : Prameya | May 24, 2025 7:19 AM

ଭୁବନେଶ୍ୱର,୨୪/୦୫: ଆସନ୍ତା ୨୯ ତାରିଖ  ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇପାରେ ।  ଶନିବାର ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା,  କୋରାପୁଟ ଓ ମାଲକାନଗିରିରେ ଅଧିକ ବର୍ଷା ସମ୍ଭାବନା  ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଗଜପତି, ଗଞ୍ଜାମ, ରାୟଗଡ଼ା,  କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର,  ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା ଓ ସମ୍ବଲପୁରରେ  ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦କିମି ବେଗରେ  ପବନ ବୋହିପାରେ । 

୨୬ ତାରିଖରେ ମାଲକାନଗିରି,  କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର,  ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ଓ ବର୍ଷା  ସହିତ ୩୦ରୁ ୪୦କିମି ବେଗରେ ପବନ ବୋହିବ ।  ୨୭ ତାରିଖରେ କୋରାପୁଟ ଓ ମାଲକାନଗିରିରେ ପ୍ରବଳ  ବର୍ଷା ସହିତ ୪୦ରୁ ୫୦ କିମି ବେଗରେ ପବନ ହେବାର  ସମ୍ଭାବନା ଅଛି । ବଜ୍ରପାତର ଆଶଙ୍କା ମଧ୍ୟ ଅଛି । ୨୮ ତାରିଖରେ କୋରାପୁଟ, ମାଲକାନଗିରି,  ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡିରେ ଅଧିକ ବର୍ଷା  ହୋଇପାରେ । ଉପକୂଳ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ  ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । ୨୯ ତାରିଖରେ  କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା,  ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ  ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବୋହିପାରେ । 

ଆରବସାଗର ଓ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିଥିବା ଜଳୀୟ ବାଷ୍ପ ପ୍ରଭାବରେ ଗତ  ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ବ୍ୟାପକ ବର୍ଷା ହୋଇଛି ।  ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ  ଧରଣର ବର୍ଷା ହୋଇଛି । ଗଜପତି ଜିଲ୍ଲାର ଗୁମ୍ମା ଠାରେ  ସର୍ବାଧିକ ୧୩୦ ମିମି ବର୍ଷା ରେକର୍ଡ ହୋଇଛି । କେନ୍ଦୁଝର  ଚମ୍ପୁଆରେ ୧୦୬ ମିମି, କୋରାପୁଟ ସେମିଳିଗୁଡ଼ାରେ  ୧୦୫ ମିମି, ନୂଆପଡ଼ା କୋମନାରେ ୧୦୦ମିମି, କୋରାପୁଟ  ବନ୍ଧୁଗାଁରେ ୯୫ମିମି, ରାୟଗଡ଼ା କାଶୀପୁରରେ ୮୮,  କୋରାପୁଟ ନନ୍ଦପୁରରେ ୮୫, କେନ୍ଦୁଝର ତେଲକୋଇରେ  ୮୧, ଦିଗପହଣ୍ଡିରେ ୭୯, ଗୁଣପୁରରେ ୭୩,  ବଲାଙ୍ଗିର ଦେଓଗାଁରେ ୭୨ମିମି, ଦେବଗଡ଼ରେ ୭୧.୬,  ରାୟଗଡ଼ା କୋତ୍ରାଗୁଡ଼ାରେ ୭୦.୪, ବାଣପୁରରେ ୬୮,  କନ୍ଧମାଳ ରାଇକିଆରେ ୬୬.୮ ଓ ମାଲକାନଗିରିର  ମୈଥେଳିରେ ୬୫ ମିମି ବର୍ଷା ରେକର୍ଡ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.