ଭୁବନେଶ୍ବର, ୨୩/୫ : ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ। ଅନୁଜ କୁମାର ଦାସ ପଟ୍ଟନାୟକ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ପିଏମ୍ ପୋଷଣର ରାଜ୍ୟ ନୋଡାଲ ଅଫିସର ଭାବେ କାର୍ଯ୍ୟରତ ଓଏଏସ୍ ଅନୁଜ କୁମାର ଦାସଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।
ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଓଏଏସ୍ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପିଏମ ପୋଷଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଭାବେ ବଦଳି କରାଯାଇଛି । ସୂଚନା ଅନୁସାରେ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ଦେବ ପ୍ରସାଦ ଦାଶ ଏବେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି ।