ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଲା କୁମ୍ଭୀର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ା,୧୭/୦୭: କେନ୍ଦ୍ରାପଡାରେ ଜନବସତି ମୁହାଁ କୁମ୍ଭୀର । ଭୟଭୀତ ସ୍ଥାନୀୟଲୋକ । ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ । ରାଜନଗର ବ୍ଲକ ଖୋଳା ନିକଟରେ ନଦୀରୁ ଉଠି ବିଦ୍ୟୁତ ଖୁଣ୍ଟ ଉପରକୁ ଚଢିଲା କୁମ୍ଭୀର । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଏବେ ଚାଲିଛି କୁମ୍ଭୀର ପ୍ରଜନନ ଋତୁ। ରାଜନଗର ବ୍ଲକ ବିଶ୍ଵ ପ୍ରସିଦ୍ଧ ଭିତରକନିକାରେ ଚଳିତବର୍ଷ ବଉଳା କୁମ୍ଭୀର ମାନେ ୧୧୪ଟି ବସା କରିଛନ୍ତି । ବଉଳା କୁମ୍ଭୀର ଜନବସତିକୁ ପଶି ଆସି ଅନେକ ଥର ଲୋକ ଓ ଗୃହ ପାଳିତ ପଶୁଙ୍କୁ ଆକ୍ରମଣ କରିବାର ପୂର୍ବରୁ ଦେଖିବାକୁ ମିଳିଛି । ସାଧାରଣତଃ କୁମ୍ଭୀର ପୋଖରୀ, ନଦୀ ଏବଂ ନାଳରେ ଦେଖିବାକୁ ମିଳିଥାନ୍ତି ।  କିନ୍ତୁ ପ୍ରଥମ ଥର ପାଇଁ କୁମ୍ଭୀର ବିଦ୍ୟୁତ ଖୁଣ୍ଟ ଉପରକୁ ଚଢିଛି । ଏହା ଦେଖି ପିଲାମାନେ ଭିଡିଓ କରିବା ସହିତ ହୋହାଲ୍ଲା କରିଛନ୍ତି । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ୨୫ ଫୁଟ ଉଚ୍ଚ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ଯାଇଥିଲା । ବର୍ତ୍ତମାନ ଏହାର ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ସ୍ଥାନୀୟଲୋକ ବନ ବିଭାଗକୁ ସୂଚନା ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.