ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କୁ ଗିରଫ ଦାବି, ରାଜ୍ୟପାଳ ଇସ୍ତଫା ନଦେଲେ ଆନ୍ଦୋଳନ କରିବୁ: ସି.ପି.ଆଇ.ଏମ୍.

ଜଳେଶ୍ୱର, ୨୦।୭: ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଏବଂ ତାଙ୍କ ୫ ଜଣ ସହଯୋଗୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି । ନୈତିକତା ଦୃଷ୍ଟିରୁ ରାଜ୍ୟପାଳଙ୍କ ଇସ୍ତଫା ଦାବିରେ ଶନିବାର ପୂର୍ବାହ୍ନରେ ପୋଲିସ ମହାନିର୍ଦ୍ଦେଶକ, ଓଡ଼ିଶା(D.G.)ଙ୍କୁ ଜଳେଶ୍ୱର ଏସ୍.ଡି.ପି.ଓ. ଶ୍ରୀଯୁକ୍ତ ଦିଲ୍ଲୀପ ସାହୁଙ୍କ ଜରିଆରେ ସି.ପି.ଆଇ.ଏମ୍. ର ପ୍ରତିନିଧିଦଳ ଦାବିପତ୍ର ପ୍ରଦାନ କରିଛନ୍ତି । 

ଚଳିତ ଜୁଲାଇ ୭ ତାରିଖରେ ଲଳିତ କୁମାର ଏବଂ ତାଙ୍କର ୫ ସହଯୋଗୀ କାର୍ଯ୍ୟରତ ଏ.ଏସ୍.ଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଓ ଜୀବନରୁ ମାରିଦେବା ଧମକ ଦେଇଥଲେ । ଏହି ଘଟଣାକୁ ୧୪ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏତଲାକୁ ପଞ୍ଜିକରଣ ନକରି ନିରବଦ୍ରଷ୍ଟା ସାଜିବା ଦ୍ୱାରା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦୋଷୀମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନକରି ଏ.ଏସ୍.ଓ ବୈକୁଣ୍ଠ ପ୍ରଧାନକୁ ବଦଳି କରାଯାଇଛି । ରାଜ୍ୟପାଳ ନିଜ ପୁଅକୁ ଘଣ୍ଟ ଘଉଡ଼ାଉଥିବା ଏବଂ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିରବ ରହିବା ଯୋଗୁଁ ସାରା ରାଜ୍ୟରେ ଏକ ଖରାପ ନଜର ସୃଷ୍ଟି କରିଛି । 

ରାଜଭବନର ଗାରିମାକୁ ନଷ୍ଟ କରିଥିବା ରାଜ୍ୟପାଳ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଆବଶ୍ୟକ । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ନିରପେକ୍ଷତା ଅବଲମ୍ବନ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି ସି.ପି.ଆଇ.ଏମ୍. ଦଳ । ନଚେଚ୍ ଆଗାମୀ ଦିନରେ ସି.ପି.ଆଇ.ଏମ୍. ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ପ୍ରତିନିଧିଦଳ ଚେତାବନୀ ଦେଇଛନ୍ତି । 

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.