ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ନବ ନିର୍ବାଚିତ ବିଧାୟିକା ମନୋରମା ମହାନ୍ତି ଓ କେସିଙ୍ଗା ଏନ୍ଏସି ପାରିଷଦବର୍ଗଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ

କେସିଙ୍ଗା, ୧୨/୬ : ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ବିଜେଡ଼ି ବିଧାୟିକା ମନୋରମା ମ‌ହାନ୍ତି ଓ ତାଙ୍କ ପ୍ରତିନିଧି ତଥା ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା ) ମଙ୍ଗଳବାର ଅପରାହ୍ନରେ କେସିଙ୍ଗା ଗସ୍ତ କରିଥିଲେ। ଏହି ଅବସରରେ କେସିଙ୍ଗା ଏନ୍ଏସିର ପାରିଷଦ ବର୍ଗଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲା। କେସିଙ୍ଗା ଏନ୍ଏସି କାର୍ଯ୍ୟାଳୟ ପରିସରରେ ନଗରପାଳ ନୃପରାଜ ଯାଦବଙ୍କ ସମେତ ବିଜେଡି ଦଳର ସମସ୍ତ କାଉନସିଲର, ନଗର ବିଜେଡ଼ି ସଭାପତି ରମେଶ ପଟ୍ଟନାୟକ, ନଳିନ ପଟ୍ଟନାୟକ, ଭରତ ସାହୁ, ନୀଳମଣି ମହଲା, ସାମ୍ବାଦିକ ଗଜିନ୍ଦ୍ର ସାହୁ, କୁଣ୍ଡାବନ୍ଦ ପଞ୍ଚାୟତ ସମିତି ସଭ୍ୟ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ସ୍ବାଗତ କରିଥିଲେ। 

ଏନ୍ଏସି ଗେଷ୍ଟ ହାଉସ ଠାରେ କିଛି ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।‌ ପରେ କେସିଙ୍ଗା ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ବିଡିଓ ପଦ୍ମନାଭ ପୁରୋହିତ ପୁଷ୍ପଗୁଚ୍ଛ ଦେଇ ବିଧାୟିକା ଶ୍ରୀମତି ମହାନ୍ତିଙ୍କୁ ସ୍ବାଗତ କରିଥିଲେ । ବିଡିଓଙ୍କ ପ୍ରକୋଷ୍ଠରେ ବ୍ଲକର ବିଭିନ୍ନ ବିଷୟ ଓ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ବ୍ଲକ ସହକାରୀ ଯନ୍ତ୍ରୀ ସୁକୃତାନନ୍ଦ ମିଶ୍ର ଉପସ୍ଥିତ ରହିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.