ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଟ୍ରେନରୁ ଓହ୍ଲାଇବା ବେଳେ ତଳେ ପଡ଼ି ଦମ୍ପତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କାଶୀପୁର - କାଶୀପୁର ବ୍ଲକ ସୀମାନ୍ତ ସିଙ୍ଗାରାମ ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ଅପରାହ୍ନରେ ଚଳନ୍ତା ଟ୍ରେନରୁ ଓହ୍ଲାଉ ଥିବା ପତିପତ୍ନୀ ଦୁହେଁ ତଳେ ପଡ଼ି ଗୁରୁତର ହୋଇଛନ୍ତି। ଆହତ ଦମ୍ପତିଙ୍କୁ ରେଳ କର୍ମଚାରୀଙ୍କ ସହ ସମ୍ପର୍କୀୟ ଲୋକ ଉଦ୍ଧାର କରି ନିକଟସ୍ଥ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପତି- ପତ୍ନୀ ଦୁହେଁ ଲକ୍ଷ୍ମୀପୁର ବ୍ଲକ ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତକୁମ୍ଭାର ଗୁଡ଼ାଗ୍ରାମର ଝାଲି ରାମ କାଶୀ ଓ ତାଙ୍କ ପତ୍ନୀ ମାଳତୀ କାଶୀ ବୋଲି ଜଣା ଯାଇଛି। 

ସ୍ୱାମୀ ସ୍ତ୍ରୀ ଦୁହେଁ କୌଣସି କାମରେ ଟିକିରି ଆସି ଥିଲେ। ଅପରାହ୍ନରେ ଘରକୁ ଫେରିବା ପାଇଁ ଟିକିରି ଷ୍ଟେସନରେ ଟ୍ରେନ ଅପେକ୍ଷାରେ ରହି ଥିଲେ। ଏହି ସମୟରେ ପୁରୀ ଠାରୁ ଜଗଦଲପୁର ଅଭିମୁଖେ ଯାଉ ଥିବା ସ୍ୱତନ୍ତ୍ର ଟ୍ରେନ ଟିକିରି ଷ୍ଟେସନରେ ଅଟକିବାରୁ ବିଶାଖାପାଟଣା-କୋରାପୁଟ ପାସେଞ୍ଜର ଟ୍ରେନ ଭାବି ରେଳଗାଡ଼ିରେ ଚଢ଼ି ଯାଇଥିଲେ। କିନ୍ତୁ ଜଗଦଲପୁର ଅଭିମୁଖେ ଯାଉଥିବା ସ୍ୱତନ୍ତ୍ର ଟ୍ରେନ ସିଙ୍ଗାରାମ ଷ୍ଟେସନରେ ବେଗକୁ ହ୍ରାସ କରି ଥିଲେ ସୁଦ୍ଧା ଅଟକି ନ ଥିଲା ।

ତରତର ହୋଇ ଝାଲି ରାମ ଏବଂ ତାଙ୍କ ପତ୍ନୀ ଟ୍ରେନରୁ ଓହ୍ଲାଇବା ବେଳେ ତଳେ ପଡ଼ି ଗୁରୁତର ହୋଇ ଥିବା ଜଣା ଯାଇଛି। ଖବର ପାଇ ଆହତଙ୍କ ପରିବାର ଉତ୍କଳ ହସ୍ପିଟାଲରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.