ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ସଂରକ୍ଷଣ, ଏକାଗ୍ରତା ଓ ସଫଳତା

କଲେଜର ବଡ଼ବାବୁ ମତେ ଦିନେ ପଚାରିଲେ- ଆପଣ  ଶକ୍ତି ସଂରକ୍ଷଣ ନିୟମ ପଢ଼ାନ୍ତି ପରା? ମୁଁ କହିଲିହଁ, କନ୍‌ଜରଭେସନ୍‌ ଅଫ୍‌ ଏନର୍ଜି। ପଦାର୍ଥ ବିଜ୍ଞାନର ତାହା  ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ । ସେ କହିଲେ, ମୁଁ ତ ଆର୍ଟସ  ପଢୁଥିଲି । ଆପଣଙ୍କର ପାଠ ମୋ ମୁଣ୍ଡରେ ପଶିବନି । କିନ୍ତୁ  ମୋର ବି ଗୋଟେ କନ୍‌ଜରଭେସନ୍‌ ନିୟମ ଅଛି, ଆପଣ  ସହଜରେ ବୁଝିପାରିବେ । ମତେ ଲାଗିଲା, ସେ ମଜା  କରୁଛନ୍ତି । ମୁଁ ହସି ହସି କହିଲି- ଆଚ୍ଛା, ବଢ଼ିଆ କଥା । ଏତିକି  କହି ମୁଁ ଆଗକୁ ପାଦ ବଢ଼େଇଲି । ବଡ଼ବାବୁ ପଛରୁ ଡାକି  କହିଲେ- ଆଜ୍ଞା, ମୋ ନିୟମଟା ନଶୁଣି ପଳେଇଗଲେ ଯେ?  ମୁଁ ଫେରିଆସି ପଚାରିଲି, ସତରେ କଅଣ କନ୍‌ଜରଭେସନ୍‌  ନିୟମ ରଖିଛନ୍ତି? ମୁଁ ଭାବିଲି ମୋର ପଦାର୍ଥ ବିଜ୍ଞାନ ବୋଲି  ଆପଣ ମଜାରେ ଏମିତି କହୁଛନ୍ତି? ତେବେ କୁହନ୍ତୁ । ସେ  ପଚାରିଲେ, ଆପଣ ସ୍କୁଲ କଲେଜରେ ପଢିବା ସମୟରେ  ବହୁତ ଲେଖୁଥିବେ ନିଶ୍ଚୟ? ମୁଁ କହିଲି, ହଁ, କ୍ଲାସ୍‌ରେ ସାର୍‌  ପଢେଇଥିବା ପାଠ ଟିପିନିଏ । ତା'ପରେ ଘରକୁ ଯାଇ ଗୋଟେ  ଦୁଇଟା ବହିରେ ସେସବୁ ବିଷୟକୁ ପୁଣି ପଢ଼େ ଓ ନିଜର  ନୋଟ୍‌ ଲେଖେ । ବହୁତ୍‌ ଲେଖିଛି । କିନ୍ତୁ ଆପଣ  ଏକଥା କାହିଁକି ପଚାରିଲେ? ସେଇଟା ତ ପୁରୁଣା  କଥା । 


ସେ କହିଲେ, ପୁରୁଣା କଥାଗୁଡାକ  ସୁନା ଭଳି ମୂଲ୍ୟବାନ । ମୁଁ କହିଲି- ହଁ, ଠିକ୍‌  କହିଲେ । କିନ୍ତୁ ଏବେ ମୋ କଥା ଭିତରେ କଅଣ  ସୁନା ରୁପା ମିଳିଲା କୁହନ୍ତୁ । ବଡ଼ବାବୁ କହିଲେ,  ମୋ ନିୟମ ଠିକ୍‌ ଅଛିକି ନାହିଁ ପୁଣି ଥରେ  ପରୀକ୍ଷା କରୁଥିଲି । ମୁଁ ପଚାରିଲି, ପରୀକ୍ଷାରୁ  କଅଣ ପାଇଲେ? ନିୟମଟା କଅଣ ଠିକ୍‌ ଅଛି?  ସେ ଟିକିଏ ରହିଯାଇ କହିଲେ, ହଁ, ଠିକ୍‌ ଅଛି ।  ବଡ଼ବାବୁଙ୍କ ଉତ୍ତର ଶୁଣି ମୁଁ ଟିକିଏ ଆଶ୍ଚର୍ଯ୍ୟ  ହେଲି । ଆଗ୍ରହର ସହିତ ପଚାରିଲି, ଆଚ୍ଛା,  ଆପଣଙ୍କ ନିୟମଟା ଏବେ କୁହନ୍ତୁ । ସେ କହିଲେ, ମାଟ୍ରିକ ପରୀକ୍ଷା ପୂର୍ବରୁ ବାପା ଅନେକ  ଥର କହିଥିଲେ, ବାବୁରେ, ଏଇଟା ବଡ଼ ପରୀକ୍ଷା । ମନ  ଦେଇ ପାଠ ନପଢ଼ିଲେ ମୋ ପରି ଜୀବନସାରା ମୂଲ ଲାଗିବୁ ।  ବାପାଙ୍କ କଥା ତ ମାନିବା ଦୂରର କଥା, ବରଂ ତାଙ୍କ ମୁହଁରୁ  ସବୁବେଳେ ସେଇ କଥା ଶୁଣି ଶୁଣି ମତେ ବିରକ୍ତ ଲାଗୁଥିଲା ।  ମୁଁ ସବୁଦିନ ସ୍କୁଲ ଯାଉଥିଲି । କିନ୍ତୁ ଘରକୁ ଫେରିଲେ  ବହିପତ୍ର ଓ ପାଠପଢ଼ା କଥା ଭୁଲି ଯାଉଥିଲି । ପୁଣି ପରଦିନ  ସ୍କୁଲକୁ ଗଲେ ବହି ଖୋଲା ହେଉଥିଲା । ଶେଷରେ ମାଟ୍ରିକ୍‌ ପରୀକ୍ଷାରେ ତୃତୀୟ ଶ୍ରେଣୀରେ ପାସ୍‌ କଲି । କଲେଜରେ  ବିଜ୍ଞାନ ନପଢି ଆର୍ଟସ ପଢିଲି ବୋଲି ବାପାଙ୍କ ମନଟା  ଭାଙ୍ଗିଗଲା । 

ମୋ ସାଙ୍ଗମାନେ ସବୁବେଳେ କହିଲେ, ଆର୍ଟସ  ଗୋଟେ ପାଠ ନା ଅସରପା ଗୋଟେ ଚଢ଼େଇ?  ରାତିଏ ପଢ଼ିଲେ ଆର୍ଟସ ପାଠ ହେଇଯିବ ।  ସାଙ୍ଗମାନଙ୍କ କଥାଟା ମୋ ମନକୁ  ପାଇଲା । ତେଣୁ କଲେଜରେ ପାଠ  ନପଢି ସାଙ୍ଗମାନଙ୍କୁ ଧରି ବୁଲିଲି ।  ହେଲେ ପରୀକ୍ଷା ବେଳକୁ ବଡ଼ କଷ୍ଟ ପାଇଲି । ସାଙ୍ଗମାନଙ୍କର  କଥା କେମିତି ମୋ ଛାତ୍ରଜୀବନକୁ  ନଷ୍ଟ କରିଦେଲା, ସେଇକଥା  ହୃଦୟଙ୍ଗମ କଲି । ବହୁ କଷ୍ଟରେ  ବି.ଏ. ପାସ୍‌ କଲି । ମୋ ହାବଭାବରୁ  ବାପା ଜାଣିସାରିଥିଲେ, ମୋ ଦେଇ ପାଠ  ହେବନି । ସେ ମତେ ଉପଦେଶ ଦେବା ବନ୍ଦ  କରିଦେଲେ । ଅନେକ ଦିନ ବେକାର ବୁଲିଲା ପରେ ବହୁ  କଷ୍ଟରେ ଏଇ କନିଷ୍ଠ କିରାଣି ଚାକିରିଟା ପାଇଥିଲି । ହେଲେ  ଚାକିରି ପାଇବା ଆଗରୁ ବାପାଙ୍କୁ ହରେଇ ସାରିଥିଲି । ମୋ  ଜୀବନର ସଂଘର୍ଷ ଭିତରେ ମୁଁ ଗୋଟେ ନୂଆ ନିୟମ ଆବିଷ୍କାର  କରି । ମୁଁ ପଚାରିଲି, ଆଚ୍ଛା, କନ୍‌ଜରଭେସନ୍‌ ନିୟମ?  ବଡ଼ବାବୁ କହିଲେ, ହଁ । ସେଇ ନିୟମ । 

ମୁଁ ପଚାରିଲି, କୋଉ  ପ୍ରକାର କନ୍‌ଜରଭେସନ୍‌? ସେ କହିଲେ, ଲେଖିବା କାମରେ  କନ୍‌ଜରଭେସନ୍‌ । ଆଶ୍ଚର୍ଯ୍ୟ ହେଲି । ସେ ବୁଝେଇଦେଲେ,  ଯେଉଁମାନେ ପଢ଼ିବା ସମୟରେ ବହୁତ୍‌ ଲେଖନ୍ତି, ସେମାନେ  ବଡ଼ ହେଲେ ଅଫିସର ହୁଅନ୍ତି ଏବଂ ଅଫିସ୍‌ରେ ଖୁବ୍‌ କମ୍‌  ଲେଖନ୍ତି । ମାନେ, ଖାଲି ଦସ୍ତଖତ ମାରନ୍ତି । କିନ୍ତୁ ଯେଉଁମାନେ  ପଢ଼ିବା ସମୟରେ କମ୍‌ ଲେଖନ୍ତି, ସେମାନେ ଚାକିରି କଲେ  ମୋ ପରି ବହୁତ୍‌ ଲେଖନ୍ତି । ମୁଁ ଟିକିଏ ରହିଯାଇ କଥାଟା  ଭାବିଲି । ତା'ପରେ ଜୋର ହସିଲି । କହିଲି,  ବାଃ, ବଢ଼ିଆ ନିୟମଟା ହୋ । ମନକୁ  ପାଇଲା । ମୁଁ ଉତ୍କଣ୍ଠାର ସହିତ ପୁଣି  ପଚାରିଲି, ଆଚ୍ଛା, ଖାଲି ବହୁତ୍‌  ଲେଖିଲେ ଜଣେ ଅଫିସର  ହୋଇଯିବ କି? ମୋ କଥା  ଶୁଣି ସେ ଟିକିଏ ଗମ୍ଭୀର  ହୋଇଗଲେ । ଟିକିଏ ଦୁଃଖରେ  କହିଲେ, ଆଜ୍ଞା, ଲେଖା ଭିତରେ  ନିଷ୍ଠା ଓ ଏକାଗ୍ରତା ନଥିଲେ ହେବ  କି? ସ୍କୁଲ କଲେଜରେ ନା ମୁଁ  ଲେଖୁଥିଲି, ନା ପଢ଼ାରେ ମୋର ନିଷ୍ଠା  ଥିଲା । ନା ଏକାଗ୍ରତା ଥିଲା । ତେଣୁ ମୋ ବାପାଙ୍କ  ସ୍ୱପ୍ନକୁ ମୁଁ ସତ କରିପାରିଲି ନାହିଁ । 

ବଡ଼ବାବୁଙ୍କ ସହିତ ମୁଁ ପ୍ରାୟ ପ୍ରତିଦିନ କଥା ହୁଏ । ସେ  କଥାରେ କଥାରେ ହସାନ୍ତି। କିନ୍ତୁ ସେଦିନ ଆମ ଆଲୋଚନାର  ପରିବେଶ ଟିକିଏ ଅଲଗା ଥିଲା । ସବୁବେଳେ ଅନ୍ୟକୁ ଖୁସି  କରିବାକୁ ପ୍ରୟାସ କରୁଥିବା ଲୋକଟିର ହୃଦୟ ଭିତରେ  ରହିଥିବା ଦୁଃଖକୁ ମୁଁ ସେଦିନ ଦେଖିଲି । ବାପାଙ୍କ ଇଚ୍ଛାକୁ  ପୂରଣ କରି ନପାରିବାର ଦୁଃଖ । ନିଜ ପାଇଁ ସେ ବେଶୀ ବ୍ୟସ୍ତ  ହେଉନଥିଲେ । ବରଂ ବାପାଙ୍କ ପାଇଁ ବେଶୀ ଦୁଃଖ କରୁଥିଲେ ।  ସତରେ ବାପା ପାଖରେ ଥିଲେ ତାଙ୍କ ଗୁରୁତ୍ୱ ଜଣାପଡେନାହିଁ  କିମ୍ବା ତାଙ୍କ ଉପଦେଶର ମହତ୍ତ୍ୱ ବୁଝିହୁଏ ନାହିଁ । କିନ୍ତୁ  ଛାଡ଼ି ଚାଲିଗଲା ପରେ ତାଙ୍କ କଥାର ପ୍ରତିଟି ଶବ୍ଦର ଗୁରୁତ୍ୱ  ଜାଣିହୁଏ । ହେଲେ ସେତେବେଳକୁ ନେଡି ଗୁଡ଼ କହୁଣୀକୁ  ବୋହି ଯାଇଥାଏ । ନିଜକୁ ଶକ୍ତ କରି ଗଢ଼ିତୋଳିବାର  ପରିବେଶ ଆଉ ନିଜ ଆୟତ୍ତରେ ନଥାଏ ।  

ପଦାର୍ଥ ବିଜ୍ଞାନର ଅନେକ ଜଟିଳ ନିୟମ ମୁଁ ପିଲାଙ୍କୁ  ପଢ଼େଇଛି । କିନ୍ତୁ ବଡ଼ବାବୁଙ୍କ ସେଇ ନିୟମ ସବୁଠାରୁ ବଡ଼  ଲାଗେ । ସେ ଠିକ୍‌ କହିଥିଲେ । ଖାଲି ପଢ଼ିଲେ ହେବନି ।  ସଫଳତା ପାଇଁ ନିଷ୍ଠା ଓ ଏକାଗ୍ରତା ଜରୁରି । କର୍ତ୍ତବ୍ୟରେ  ନିଷ୍ଠା ଓ ଏକାଗ୍ରତା ମଣିଷକୁ ଅମର କରେ। ଠିକ୍‌ ଯେମିତି  ଗୁସ୍ତଭ ଆଇଫଲଙ୍କୁ ଫ୍ରାନ୍‌ସର "ଆଇଫଲ ଟାୱାର’  ଅମର କରିଦେଲା । ନକ୍ସାକାର ଗୁସ୍ତଭ ୧୮୮୯ ମସିହାରେ ପ୍ୟାରିସରେ ପ୍ରସିଦ୍ଧ ବିଶ୍ୱ-ପ୍ରଦର୍ଶନୀ ସକାଶେ ସାମୟିକ  ଭାବରେ ପ୍ରବେଶ ଦ୍ୱାରରେ ଏକ ମିନାର ନିର୍ମାଣ କରିବାର  ଦାୟିତ୍ୱ ନେଇଥିଲେ । ସେ ଜାଣିଥିଲେ କି ଦିନ କେଇଟା ପାଇଁ  ମିନାର ତିଆରି କରୁଛନ୍ତି । ପ୍ରଦର୍ଶନୀ ସରିଲା ପରେ ସେ  ତିଆରି କରିଥିବା ମିନାର ଭଙ୍ଗାହେବ । କିନ୍ତୁ ତାହା ସାମୟିକ  ହେଉ କି ସ୍ଥାୟୀ ହେଉ, ନିଷ୍ଠା ଓ ଏକାଗ୍ରତାର ସହିତ ଗୁସ୍ତଭ  ସେହି ମିନାରକୁ ଅଳଙ୍କୃତ କରୁଥିଲେ । ସମୟ ସହିତ ତାଳ  ଦେଇ ଲୁହାର ସେହି ଜଟିଳ କୀର୍ତ୍ତି ମାତ୍ର ଦିନ କେଇଟା ପାଇଁ  ମୁଣ୍ଡ ଟେକୁଥିଲା । ପ୍ରଦର୍ଶନୀ ଶେଷ ହେଲା । କିନ୍ତୁ ସୁଦୃଶ୍ୟ  ମିନାରକୁ ଭାଙ୍ଗିବା ପାଇଁ କାହାରି ହାତ ଗଲାନାହିଁ । "ଆଇଫଲ  ଟାୱାର’ ସେମିତି ଛିଡ଼ା ହୋଇ ରହିଲା ଏବଂ ଫ୍ରାନ୍ସ ପାଇଁ  ପ୍ରତୀକ ହୋଇ ରହିଲା । କେବଳ ସେତିକି ନୁହେଁ, ତାହା  "ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ’ ଭାବରେ ବର୍ଣ୍ଣିତ ହେଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.