ଗୋପାଳପୁର, ୭।୫ ସାମ୍ଭବ୍ୟ ଯୁଦ୍ଧ ପରିପେକ୍ଷୀରେ ଗୋପାଳପୁରରେ ସିଭିଲ ଡିଫେନ୍ସ ମକ ଡ୍ରିଲ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସିଭିଲ ଡିଫେନ୍ସ ଓ ଅନ୍ୟ ଉପସ୍ଥିତ କର୍ତ୍ତୃପକ୍ଷ ଉପସ୍ଥିତ ରହି ସାଇରନ ଦ୍ୱାରା ଲୋକ ମାନେ କିଭଳି ସୁରକ୍ଷିତ ରହିବେ ସେ ନେଇ ଅଭ୍ୟାସ କରାଯାଇଥିଲା l ମକ ଡ୍ରିଲ କୌଣସି ଯୁଦ୍ଧ ଵା ଆପତକାଳୀନ ସ୍ଥିତିର ସଂକେତ ନୁହେଁ l ତେଣୁ ଲୋକେ ଭୟଭୀତ ନ ହେବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଗୋପାଳପୁର ଥାନା ଏବଂ ଏନଏସି ପକ୍ଷରୁ ସଚେତନତା କରାଯାଇଥିଲା