ପ୍ରମୂଖ ଖବର
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଖଳାରେ ଥିଲା ଟ୍ରାକ୍ଟର, ଦୁର୍ବୃତ୍ତ ପୋଡି ଦେଲେ

Published By : Prameya | May 3, 2025 8:36 PM

ଗୋପାଳପୁର ୩/୫ : ଗୋପାଳପୁର ଥାନା ଅନ୍ତର୍ଗତ ଗଉଞ୍ଜୁ ଗ୍ରାମରେ ଦୁର୍ବୃତ୍ତ ମାନେ ଏକ ଟ୍ରାକ୍ଟରକୁ ପୋଡି  ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l 

ସେହି ଗ୍ରାମର ଧୋବା ସାହିର ବୃନ୍ଦାବନ ସେଠୀଙ୍କ ଟ୍ରାକ୍ଟରଟି ଦୀର୍ଘ ୮ ବର୍ଷ ହେଲା ନିଜ ଖଳାରେ ରହି ଆସୁଥିଲା l ଶୁକ୍ରବାର ଟ୍ରାକ୍ଟର କାମ ସାରି ଖଳାରେ ରହିଥିଲା l ମଧ୍ୟ ରାତ୍ରରେ କୌଣସି ଏକ ଦୁର୍ବୃତ୍ତ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଛି l ଶନିବାର ସକାଳେ ଖଳାକୁ ଯାଇ ଦେଖିବା ବେଳକୁ ଟ୍ରାକ୍ଟର (ନମ୍ବର ଓଡି ୦୭ ଏମ ୮୦୨୫) ଗାଡ଼ି ଜଳି ପାଉଁଶ ହୋଇ ଯାଇଛି। ଏ  ନେଇ ଗାଡ଼ି ମାଲିକ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.