ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ଲୁଟ୍ ହୋଇଥିବା ସୁନା ଚେନକୁ ହସ୍ତାନ୍ତର କଲା ପୁଲିସ

Published By : Prameya | May 2, 2025 9:13 PM

ଗୋପାଳପୁର,୨/୫ : ଗୋପାଳପୁର ପୁଲିସ ଆଜି ଗତ ମାସ ୬ତାରିଖରେ ପର୍ଯ୍ୟଟକଙ୍କ ବେକରୁ ଲୁଟ ହୋଇଥିବା ୨୫ ଗ୍ରାମର ଏକ ସୁନା ଚେନ ସହ ଲକେଟକୁ ଆଜି ଥାନା ପରିସରରେ ପର୍ଯ୍ୟଟକଙ୍କୁ ହସ୍ତାନ୍ତର କରିଛି l ସୂଚନା ଅନୁସାରେ ଚଳିତ ମାସ ୪ତାରିଖରେ କଟକ ଚୌଦ୍ୱାର ଇଏସଆଇ ମେଡ଼ିକାଲର ଡାକ୍ତର ସଂଘମିତ୍ରା ଜେନା ତାଙ୍କ ପରିବାର ସହ ଗୋପାଳପୁର ଆସି ପାନ୍ଥନିବାସରେ ରହିଥିଲେ l ୬ତାରିଖ ସକାଳ ପ୍ରାୟ ସାଢେ ୬ଟା ସମୟରେ ପାନ୍ଥନିବାସରୁ ବାହାରି ପରିସରରେ ଥିବା ବେଳାଭୂମି ରାସ୍ତା ଦେଇ ପ୍ରାନ୍ତ ଭ୍ରମଣ ନିମନ୍ତେ ଯାଉଥିବା ସମୟରେ ବେଳାଭୂମି ନିକଟରେ ପଛ ପଟୁ ଦୁଇ ଜଣ ଦୁର୍ଵୃତ୍ତ ଆସି ଡାକ୍ତର ସଂଘମିତ୍ରା ପିନ୍ଧିଥିବା ୨୫ଗ୍ରାମର ଏକ ସୁନା ଚେନ ସହ ଲକେଟ ଝାମ୍ପି ନେଇ ଚମ୍ପଟ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା l 

ଅଭିଯୋଗ ଅନୁସାରେ ପୁଲିସ କେସ ନମ୍ବର ୯୭/୨୫ ମାମଲା ରୁଜୁ ଯାଞ୍ଚ କରିଥିଲା l ୯ତାରିଖରେ ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ୫ଜଣକୁ କାବୁ କରି ସେମାନଙ୍କଠାରୁ ସୁନା ଜବତ କରି କୋର୍ଟ ଚାଲାଣ କରିଥିଲା l ଆଜି ସଂଘମିତ୍ରା ଜେନା ଓ ସ୍ୱାମୀଙ୍କ ସହ ଗୋପାଳପୁର ଥାନାରେ ପହଂଚି ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ, ଏସଆଇ ମଣି ଦାଢ଼ିଆ ଉପସ୍ଥିତ ରହି ତାଙ୍କୁ ପ୍ରଦାନ କରିଛନ୍ତି l ଏହି ଦମ୍ପତି ଗୋପାଳପୁର ପୁଲିସଙ୍କୁ ସାଧୁବାଦ ଜଣାଇଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.