ପ୍ରମୂଖ ଖବର
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ମାଟ୍ରିକ୍ ରେଜଲ୍ଟ : ବିଏମ୍‌ସିରେ ୬୬ ଜଣଙ୍କୁ ଏ-୧ ଗ୍ରଡ୍, ବ୍ଲକରେ ଶୂନ

Published By : Prameya | May 3, 2025 12:08 PM

ଭୁବନେଶ୍ୱର, ୦୩/୦୫ : ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସ୍କୁଲମାନଙ୍କରେ ୬୬ରୁ ଅଧିକ ପିଲା ଏ-୧ ରେଜଲ୍ଟ କରିଛନ୍ତି। ମାତ୍ର ଭୁବନେଶ୍ୱର ବ୍ଲକ ଅଧୀନରେ ଥିବା ସ୍କୁଲ ମାନଙ୍କରେ ଜଣେ ହେଲେ ବି କେହି ଏ-୧ ଗ୍ରେଡ୍‌ ହାସଲ କରିନାହାନ୍ତି । ଅନ୍ୟପଟେ ଏ-୧ ଗ୍ରେଡ୍‌ରେ ଅଧିକାଂଶ ଘରୋଇ ସ୍କୁଲର ଶିକ୍ଷାର୍ଥୀ ଥିବା ବେଳେ ସରକାରୀ ସ୍କୁଲରେ ଏହାର ସଂଖ୍ୟା କମ୍‌ ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ, ଫେବ୍ରୁଆରୀ ମାସରୁ ଆରମ୍ଭ ହୋଇଥିବା ମାଟ୍ରିକ୍‌ ପରୀକ୍ଷା ମାର୍ଚ୍ଚ ୬ରେ ଶେଷ ହୋଇଥିଲା । ରାଜଧାନୀରେ ପରୀକ୍ଷା ପାଇଁ ମୋଟ୍‌ ୧୨ ହଜାର ୨୧ ଜଣ ଫର୍ମ ପୂରଣ କରିଥିବା ବେଳେ ଏଥିରୁ ୧୧ ହଜାର ୮୪୬ ଜଣ ପରୀକ୍ଷା ଦେଇଥିଲେ । ପଞ୍ଜିକରଣ କରିଥିବା ପିଲାଙ୍କ ମଧ୍ୟରୁ ୬୧ଜଣ ଅନୁପସ୍ଥିତ ଥିଲେ । ପ୍ରଥମ ଦିନରେ ୪୯ ଜଣ ଅନୁପସ୍ଥିତ ଥିଲେ । ଶେଷ ଦିନରେ ୫୯ ଜଣ ପରୀକ୍ଷା ଦେଇନଥିଲେ । ସେହିପରି କେବଳ ଭୁବନେଶ୍ୱର ବ୍ଲକ ଅଧୀନରେ ଥିବା ସ୍କୁଲରେ ପରୀକ୍ଷା ଦେବା ପାଇଁ ୧୩୦୬ ଜଣ ପଞ୍ଜିକରଣ କରିଥିଲେ । ଏଥିରୁ ୧୩୦୪ ଜଣ ପରୀକ୍ଷା ଦେଇଥିଲେ । ମାତ୍ର ପରୀକ୍ଷାରେ ୧୨୭୦ଜଣ ପାସ୍‌ କରିଛନ୍ତି । ଅର୍ଥାତ୍‌ ୯୭.୩୯% ପାସ୍‌ ହାର ରହିଛି । 

ବିଏମ୍‌ସି ଅଧୀନରେ ଥିବା ସରକାରୀ ଓ ଘରୋଇ ସ୍କୁଲକୁ ମିଶାଇ ଏଥିରୁ ୬୬ଜଣରୁ ଅଧିକ ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିବା ବେଳେ ମାତ୍ର ଭୁବନେଶ୍ୱର ବ୍ଲକ୍‌ରୁ ଜଣେ ହେଲେ ବି ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇନାହାନ୍ତି । ବ୍ଲକ୍‌ ଅଧୀନରେ ଥିବା ସ୍କୁଲରୁ ୧୬ ଏ-୨ ଗ୍ରେଡ୍‌ରେ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୭୨ ଜଣ ବି-୧, ବି-୨ରେ ୧୬୩, ସି ଗ୍ରେଡ୍‌ରେ ୩୪୧, ୩୯୮ଜଣ ଡି ଗ୍ରେଡ୍‌, ୨୮୦ ଜଣ ଇ-ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ବିଏମ୍‌ସି ଅଧୀନରେ ଥିବା ସରକାରୀ ହାଇସ୍କୁଲରୁ ମାତ୍ର ୧୭ ଜଣ ପିଲା ଏ-୧ ଗ୍ରେଡ୍‌ ପାଇଥିଲେ । ଭୁବନେଶ୍ୱର ବ୍ଲକ୍‌ ଅଧୀନରେ ଥିବା ସ୍କୁଲରୁ ମାତ୍ର ୨ଜଣ ପିଲା ଏ-୧ ଗ୍ରେଡ୍‌ ରେଜଲ୍ଟ କରିଥିଲେ ।

ଏହି ଖବରଟିକୁ ପଢନ୍ତୁ-ଖୋର୍ଦ୍ଧା ଜିଲ୍ଲାରେ ବଢ଼ିଲା ଏ-୧ ଗ୍ରେଡ୍‌, ୦.୬୭% ପାସ୍‌ ହାର ହ୍ରାସ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.