ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

‘ଡେମୋଗ୍ରାଫିକ କନଟେଷ୍ଟସନ୍ସ ଆଣ୍ଡ୍ ଲେଜିସଲେଟିଭ୍ ପ୍ରୋସେସ୍ ଇନ୍ ଇଣ୍ଡିଆ’ ପୁସ୍ତକ ଉନ୍ମୋଚିତ

Published By : Prameya | May 2, 2025 9:55 PM

ନୂଆଦିଲ୍ଲୀ/ଭୁବନେଶ୍ୱର,୨/୫ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀଠାରେ ରାଜ୍ୟସଭାର ଯୁଗ୍ମ ସଚିବ ତଥା ଲେଖକ ଡଃ ରାଘବ ପ୍ରସାଦ ଦାଶଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘ଡେମୋଗ୍ରାଫିକ କନଟେଷ୍ଟସନ୍ସ ଆଣ୍ଡ୍ ଲେଜିସଲେଟିଭ୍ ପ୍ରୋସେସ୍ ଇନ୍ ଇଣ୍ଡିଆ’ ଉନ୍ମୋଚନ କରିଛନ୍ତି । ଉନ୍ମୋଚିତ ପୁସ୍ତକଟି  ଗଣତନ୍ତ୍ରର ବିକାଶରେ ଉତ୍ପେରକ ଭାବରେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ସଂସଦ ହେଉଛି ଗଣତନ୍ତ୍ରର ଏକ ପ୍ରକୃତ ମନ୍ଦିର, ଯାହାର ବହୁମୁଖୀ ଭୂମିକା ରହିଛି । ଏହା କେବଳ ଆଇନ ପ୍ରଣୟନରେ ସୀମିତ ନୁହେଁ ବରଂ ଲୋକଙ୍କ ସ୍ୱରକୁ ବ୍ୟବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ପ୍ରମୁଖ ମାଧ୍ୟମ ଭାବରେ କାର୍ଯ୍ୟ କରେ । ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଗୃହରେ ପାଦ ରଖିଲି ସେତେବେଳେ ସ୍ୱର୍ଗତ ଅଟଳଜୀଙ୍କଠାରୁ ଏହି କଥା ଶିକ୍ଷା ଲାଭ କରିଥିଲି । ସେହିପରି ପୁସ୍ତକ କେବଳ ବର୍ତ୍ତମାନର ପିଢିକୁ ନୂହେଁ ନୂଆପିଢିକୁ ମଧ୍ୟ ପ୍ରେରିତ କରିଥାଏ । ପୁସ୍ତକ  ଭବିଷ୍ୟତ ପିଢ଼ି ପାଇଁ ଜ୍ଞାନର ଭଣ୍ଡାର ମଧ୍ୟ ଅଟେ । ଭାରତର ସଂସଦୀୟ ପ୍ରକ୍ରିୟାକୁ ବୁଝିବାରେ ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ଦାଶଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଡଃ ଦାଶଙ୍କ ଦ୍ୱାରା  ଲିଖିତ ପୁସ୍ତକ, ଭାରତରେ ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦିତା ଏବଂ ବିଧାୟିକ ପ୍ରକ୍ରିୟା ବିଷୟରେ ଦିଗଦର୍ଶନ ପ୍ରଦାନ କରିବ । 

ବାବାସାହେବ ଭାରତରତ୍ନ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ପାଇଁ ଭାରତୀୟ ସମ୍ବିଧାନର ପ୍ରସ୍ତୁତ ହେଲା, ଯାହା ଗଣତନ୍ତ୍ରରେ ବଡ ଉପଲବ୍ଧି । ଭାରତର ଶାସନ ବ୍ୟବସ୍ଥା ସମ୍ବିଧାନ ପ୍ରଦତ୍ତ ବ୍ୟବସ୍ଥାରେ ତିଆରି ହୋଇଛି । ଏହିଭଳି ଏକ ବିଷୟରେ ସରଳ ଓ ସାବଲୀଳ ଭାଷାରେ ଦସ୍ତାବିଜ ପ୍ରସ୍ତୁତ କରି ପୁସ୍ତକର ରୂପ ଦିଆଯାଇଛି, ଯାହା ପ୍ରଶଂସନୀୟ ।   ଏହି କାର୍ଯ୍ୟ ଭାରତୀୟ ସଂସଦର ବିକାଶ ଏବଂ କାର୍ଯ୍ୟକାରିତା ବିଷୟରେ ସୂଚନା ପ୍ରଦାନ କରି ପବ୍ଲିକ ପଲିସିର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବରେ କାର୍ଯ୍ୟ କରିବ । ଗଣତନ୍ତ୍ର ହେଉଛି ଏକ କ୍ରମାଗତ ବିକଶିତ ପ୍ରକ୍ରିୟା । ଏହି ପୁସ୍ତକ ସେହି ବିକାଶରେ ଏକ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ପ୍ରଶାସକ, ବିଧାୟକ ଏବଂ ସାର୍ବଜନୀନ ନୀତି ଚିନ୍ତକମାନଙ୍କ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉଭା ହେବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି । ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.