ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ , ସୁଶାନ୍ତ ନାଥ ହେଲେ ଜେଲ୍ ଡିଜି

Published By : Prameya | May 2, 2025 10:00 PM

ଭୁବନେଶ୍ବର,୨/୫ : ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ବ । ଆଇପିଏସ ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ବିଭାଗର ଡିଜି । କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିବା ପରେ ତାଙ୍କୁ ଏହି ଗୁରୁଦାୟିତ୍ବ ମିଳିଛି । ୧୯୯୩ ବ୍ୟାଚର ଆଇପିଏସ୍ ଅଧିକାରୀ ହେଉଛନ୍ତି ସୁଶାନ୍ତ କୁମାର । 

ସେହିପରି ଆଇପିଏସ ଦୟାଲ ଗଙ୍ଗଓ୍ବାରଙ୍କୁ କମ୍ୟୁନିକେସନ ବିଭାଗ ଅତିରିକ୍ତ ଡିଜି ଦାୟିତ୍ବ ଭାବେ ନିଯୁକ୍ତି ପାଇଛନ୍ତି । ଏହାଛଡ଼ା ଆଇପିଏସ ପ୍ରତୀକ ମହାନ୍ତି ହୋଇଛନ୍ତି ପୋଲିସ ମୁଖ୍ୟାଳୟର ଅତିରିକ୍ତ ଡିଜି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.