ପ୍ରମୂଖ ଖବର
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ

Published By : Harapriya Sethi | May 3, 2025 2:10 PM

ଭୁବନେଶ୍ୱର, ୦୩/୦୫: କୋଠ ହିସାବକୁ କେନ୍ଦ୍ର କରି ଫୁଲଟା ଗ୍ରାମର ପୂର୍ବ ସାହି ଓ ବେଣୁ ସାହି ମଧ୍ୟରେ ଗୋଷ୍ଠୀ ବିବାଦ । ଉଭୟ ଗୋଷ୍ଠୀର ସଦସ୍ୟମାନେ ଫୁଲଟା ଗ୍ରାମରେ ଏକାଥରକେ କରିଲେ ବୋମାମାଡ। ସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ । ଏନେଇ ଥାନା ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, କୋଠ ହିସାବକୁ କେନ୍ଦ୍ର କରି ଫୁଲଟା ଗ୍ରାମର ପୂର୍ବ ସାହି ଓ ବେଣୁ ସାହି ମଧ୍ୟରେ ଗୋଷ୍ଠୀ ବିବାଦ ଲାଗି ରଖିଛି । ଏହି କାରଣରୁ ଉଭୟ ଗୋଷ୍ଠୀର ସଦସ୍ୟମାନେ ଫୁଲଟା ଗ୍ରାମରେ ଏକାଥରକେ  ବୋମାମାଡ କରିଥିଲେ । ଶୁକକ୍ରବାର ରାତି ସାଢେ ୮ଟା ବେଳେ ଉକ୍ତ ଗ୍ରାମରେ ୩ଟି ବୋମାମାଡ଼ ହୋଇଥିଲା । ସେଥି ମଧ୍ୟରୁ ଦୁଇଟି ବୋମା ଫୁଟିଥିବା ବେଳେ ଗୋଟିଏ ବୋମା ଫୁଟି ନଥିଲା । ଏନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ଗାଁରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଦୁଇ ପ୍ଲାଟୁନ ପୋଲିସ ମୁତୟନ ରହିଥିବା ଥାନା ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି । ଏନେଇ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସେ କହିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.