ପ୍ରମୂଖ ଖବର
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ

Published By : Harapriya Sethi | May 1, 2025 10:54 AM

ବ୍ରହ୍ମପୁର,୦୧/୦୫: ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା । ଘରେ ପଶି ଯୁବତୀଙ୍କ ହାତ ସହ ଶରୀରର ବିଭିନ୍ନ ସ୍ଥାନକୁ କାଟିଲା ମୁସଲିମ ଯୁବକ । ଘର ଭିତରେ ପଡ଼ିଛି ଯୁବତୀଙ୍କ ରକ୍ତାକ୍ତ ମୃତଦେହ । ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଏକ ତରଫା ପ୍ରେମର ପରିଣାମ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳର ଜଣେ ମୁସଲିମ ଯୁବକ ଯୁବତୀ ଜଣଙ୍କୁ ଏକତରଫା ପ୍ରେମ କରୁଥିଲେ। ଶେଷରେ ଘରେ ପଶି ଯୁବତୀଙ୍କ ହାତ ସହ ଶରୀରର ବିଭିନ୍ନ ସ୍ଥାନକୁ ଧାରୁଆ ଅସ୍ତ୍ରରେ କାଟି ଦେଲେ ଯୁବକ । ଘର ଭିତରେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ପଡ଼ି ରହିଥିଲା । ତେବେ ଏକତରଫା ପ୍ରେମରୁ ହତ୍ୟାକାଣ୍ଡ ଘଟିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସଂପୃକ୍ତ ଯୁବକଙ୍କ ନାଁରେ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ ମୃତ ଯୁବତୀଙ୍କ ପରିବାର ଲୋକେ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.