ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ମାଛ ଧରୁଥିବା ବେଳେ ଅଘଟଣ, କେନାଲରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ

Published By : Harapriya Sethi | May 1, 2025 8:16 AM

ଭୁବନେଶ୍ୱର, ୦୧/୦୫: କେନାଲରେ ମାଛ ଧରିବା ପଡିଲା ମାହାଙ୍ଗା । ଜାଲରେ ମାଛ ଧରୁଥିବା ବେଳେ ସାହେବ କେନାଲରେ ବୁଡି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରମ୍ଭା ଥାନା ଅଧିନ ପୋଡ଼ମପେଟା ଗ୍ରାମର ସିଏଚ ଗୁରେୟା । ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ପ୍ରତ୍ୟେକ ଦିନ ଭଳି ଆଜି ଭୋର ୩ଟାରେ ସାହେବ କେନାଲରେ ମାଛ ଧରିବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ଘରକୁ ଫେରିବାକୁ ବିଳମ୍ୱ ହେବାରୁ ସକାଳୁ ପରିବାର ଲୋକେ କେନାଲ ପାଖକୁ ଯାଇ ଖୋଜା ଖୋଜି କରିଥିଲେ । ସେଠାରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.