ଗୋପାଳପୁର ୧/୫ ; ଭଞ୍ଜବିହାର ନିକଟସ୍ଥ ମାଣ୍ଡିଆପଲ୍ଲୀ ସାବତ କଲୋନୀ ଜଗନ୍ନାଥ ବିହାର ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ଜିନ୍ନୋଦ୍ଧାର ନୂତନ ପ୍ରlସାଦ ଏବଂ ରାଧାକୃଷ୍ଣଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ଗୁରୁବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ପୁରୋହିତ ସତ୍ୟବାଦୀ ଶତପଥୀ କର୍ତ୍ତା ଭାବେ ଉପସ୍ଥିତ ରହି ସକାଳୁ ନୀତିକାନ୍ତି ଭାବେ ପୂଜା ଅର୍ଚ୍ଚନା କରିଥିଲେ।
ଅପରାହ୍ନରେ ନିକଟସ୍ଥ ପୋଖରୀରୁ ଜଳ ଆଣି ମନ୍ଦିର ନିକଟରେ ଭକ୍ତମାନେ ପହଞ୍ଚିଥିଲେ। ଚଳିତ ମାସ ୧ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପୂଜାର୍ଚ୍ଚନା କରାଯାଇ ପ୍ରତିଷ୍ଠା କରାଯିବ।