ପ୍ରମୂଖ ଖବର
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

କିସ୍ତୱାଡ ଭୂସ୍ଖଳନ; ଜନ୍ମମାଟିରେ ସହିଦ ମନୋଜଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

Published By : Manoj | August 18, 2025 1:23 PM

ପରଜଙ୍ଗ,୧୮/୦୮: ଜମ୍ମୁକାଶ୍ମୀରର କିସ୍ତୱାଡରେ ବାଦଲ ଫଟା ବର୍ଷା ପ୍ରଭାବରେ ଭୂସ୍ଖଳନରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ ମାଣିକମରା ଗାଁର ସିଆଇଏସ୍‌ଏଫ୍‌ ଯବାନ୍‌ ମନୋଜ ବିଶ୍ୱାଳଙ୍କ ପରଲୋକ ହୋଇଥିଲା । ତାଙ୍କ ପାର୍ଥିବ ଶରୀର ବିମାନ ଯୋଗେ ଭୁବନେଶ୍ୱର ଅଣାଯିବା ପରେ ସେଠାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ  ଗାଁ ନିଆଯାଇଥିଲା । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସହିଦଙ୍କ ଶେଷ ଦର୍ଶନ କରିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଆଜି ସକାଳେ ପାର୍ଥିବ ଶରୀର ପହଞ୍ଚିବା ପରେ ଗାଁରେ ପରିକ୍ରମା କରାଯାଇଥିଲା। ଶେଷରେ ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସହିଦ ମନୋଜଙ୍କ ପୁତୁରା ବିଶୁ ବିଶ୍ୱାଳ ମୁଖଗ୍ନୀ ଦେଇଥିଲେ। CISF ଅଧିକାରୀଙ୍କ ସମେତ ପରଜଙ୍ଗ ବିଡିଓ, ତହସିଲଦାର ଓ ସ୍ଥାନୀୟ ପୋଲିସ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଜମ୍ମୁକାଶ୍ମୀର କିସ୍ତୱାଡ୍‌ରେ ଚଶୋଟି ଗାଁ ପାହାଡ଼ ଶିଖର ମଚୈଲ ମାତା ମନ୍ଦିରରେ  ଯାତ୍ରା ମାର୍ଗରେ ଏହି ଅଘଟଣ ଘଟିଥିବା ବେଳେ ସେଠାରେ  ସିଆଇଏସ୍‌ଏଫ୍‌ ଯବାନ ମନୋଜ ଡ୍ୟୁଟି କରୁଥିଲେ । ଭୂ-ସ୍କଳନ ପରଠାରୁ ସେ ନିଖୋଜ ହୋଇଯାଇଥିଲେ । ଶନିବାର ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଏନେଇ ସିଆଇଏସ୍‌ଏଫ୍‌  ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ।  ମନୋଜ ଏହା ପୂର୍ବରୁ ତାଳଚେର ଟିଟିପିଏସ୍‌ରେ କାର୍ଯ୍ୟ କରୁଥିବା ବେଳେ ଦୁଇମାସ ପୂର୍ବେ ଡେପୁଟେସନ୍‌ରେ  ଜମ୍ମୁକାଶ୍ମୀର ଯାଇ ସେଠାରେ ଯାତ୍ରା ଡ୍ୟୁଟିରେ ରହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.