ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

Trade war: ତୀବ୍ର ହେଲା ଚୀନ୍-ଆମେରିକା ବାଣିଜ୍ୟ ଯୁଦ୍ଧ, ଚାଇନା ଉପରେ ୨୪୫% ଟାରିଫ ଲଗାଇଲେ ଟ୍ରମ୍ପ

Published By : Bijay Swain | April 16, 2025 5:13 PM

Image courtesy: hindustantimes

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରୁ ଆମେରିକାକୁ ରପ୍ତାନି ହେଉଥିବା ବିପଣନ ସାମଗ୍ରୀ ଉପରେ ଟାରିଫକୁ ୨୪୫%କୁ ବୃଦ୍ଧି କରିଛନ୍ତି। ଯାହା ଦୁଇ ବିଶ୍ୱ ଅର୍ଥନୀତି ମଧ୍ୟରେ ବାଣିଜ୍ୟ ଯୁଦ୍ଧକୁ ଆହୁରି ତୀବ୍ର କରିଛି। ହ୍ୱାଇଟ ହାଉସ ଏକ ଫ୍ୟାକ୍ଟ ଶିଟ ମାଧ୍ୟମରେ ଏହି ସୂଚନା ଜାରି କରିଛି। କିନ୍ତୁ ଏହି ଘୋଷଣା ପରେ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କ ଟାରିଫ ଘୋଷଣା ବୈଠକରେ କୌଣସି ହଟ୍ଟଗୋଳ ପରିଲକ୍ଷିତ ହୋଇନାହିଁ।

ଡୋନାଲ୍ଡ ଟ୍ରମ୍ଫ ଏହି ନୂଆ ନିତୀ ଘୋଷଣା କରିବା ପରେ ବିଶ୍ୱ ବଜାରରେ ହଇଚଇ ସୃଷ୍ଟି ହୋଇଛି। ଏହି ନୂଆ ନିୟମରେ ଚାଇନା ସର୍ବାଧିକ କ୍ଷତିଗ୍ରସ୍ତ ହେବ। ଆମେରିକା ଏହି ଟାରିଫ୍ କୁ ବଢାଇ ୪୦୦ ପ୍ରତିଶତ ଯାଏଁ ବଢାଇବ ବୋଲି ବିଚାର କରୁଛି। ଯାହା ଚାଇନାକୁ ଆଗକୁ ବାଣିଜ୍ୟ କ୍ଷେତ୍ରରେ ବହୁତ ଅସୁବିଧା ସୃଷ୍ଟି କରିବହ ବୋଲି ବିସେଷଜ୍ଞମାନେ ଅନୁମାନ କରିଛନ୍ତି। 

ଅନ୍ୟପଟେ ପୂର୍ବରୁ ଚୀନ ମଧ୍ୟ ଆମେରିକା ଉପରେ ପ୍ରତିଶୋଧ ନେଇଥିଲା। ଚାଇନା ବିଭିନ୍ନ ଆମେରିକୀୟ ସାମଗ୍ରୀ ଉପରେ ୧୨୫% ଶୁଳ୍କ ଲଗାଇଥିଲା। ଏହା ସହ ଚୀନ ସରକାର ବୋଇଙ୍ଗ ଜେଟ ଏବଂ ଆମେରିକୀୟ ବିମାନ ସମ୍ବନ୍ଧୀୟ ସାମଗ୍ରୀ କ୍ରୟ ଉପରେ ମଧ୍ୟ ରୋକ ଲଗାଇଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଚୀନର ଏୟାରଲାଇନ୍ସମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଣାପଡିଛି।

ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଟାରିଫ ଯୁଦ୍ଧକୁ "ଏକପାଖୀଆ ଧମକ" ବୋଲି ଅଭିହିତ କରି ଇଉରୋପୀୟ ସଂଘ (EU) ସହ ମିଳିତ ଭାବେ ଏହାର ବିରୋଧ କରିବାକୁ ଆହ୍ୱାନ ଦେଇଛନ୍ତି। ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାନଚେଜଙ୍କ ସହ ଏକ ବୈଠକ କରି ସି ଜିଙ୍ଗ ପିଙ୍ଗ କହିଛନ୍ତି ଯେ, "ବାଣିଜ୍ୟ ଯୁଦ୍ଧରେ କେହି ଜିତେ ନାହିଁ, ଏହା କେବଳ ଆତ୍ମ-ବିଚ୍ଛିନ୍ନତା ଆଡକୁ ଆଗେଇ ନେଇଥାଏ।"

ଟ୍ରମ୍ପ ଅନ୍ୟ ଦେଶମାନଙ୍କ ପାଇଁ ୯୦ ଦିନିଆ ଟାରିଫ ବିରତି ଘୋଷଣା କରିଥିବାବେଳେ, ଚୀନକୁ ଏଥିରୁ ବାଦ ଦେଇଛନ୍ତି। ସେ କହିଛନ୍ତି, "ଚୀନ ଭୁଲ ଖେଳିଛି, ସେମାନେ ଆତଙ୍କିତ ହୋଇଛନ୍ତି।" ଏହି ପରିପ୍ରେକ୍ଷୀରେ, ଚୀନ ଇଉରୋପ ଏବଂ ଦକ୍ଷିଣ-ପୂର୍ବ ଏସିଆ ଦେଶମାନଙ୍କ ସହ ସମ୍ପର୍କ ମଜବୁତ କରିବାକୁ ଉଦ୍ୟମ କରୁଛି।

ଏହି ବାଣିଜ୍ୟ ଯୁଦ୍ଧ ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ଏସ୍ଆଣ୍ଡପି ୫୦୦ ଫେବୃଆରୀରୁ ୨୦% ଏବଂ ଚୀନର ହାଙ୍ଗ ସେଙ୍ଗ ଟେକ୍ ଇଣ୍ଡେକ୍ସ ୨୭% ହ୍ରାସ ପାଇଛି। ଏହା ବିଶ୍ୱବ୍ୟାପୀ ଅର୍ଥନୈତିକ ମାନ୍ଦାବସ୍ଥାର ଆଶଙ୍କାକୁ ବଢ଼ାଇ ଦେଇଛି।

ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲିନ ଜିଆନ କହିଛନ୍ତି, "ଟାରିଫ ଯୁଦ୍ଧରେ କେହି ଜିତେ ନାହିଁ। ଚୀନ ଏହା ଚାହେଁ ନାହିଁ, କିନ୍ତୁ ଏହାକୁ ଭୟ ମଧ୍ୟ କରେ ନାହିଁ।" ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ, ଉଭୟ ନେତା ପଛଘୁଞ୍ଚା ନଦେଲେ ଏହି ସଂଘର୍ଷ ଆହୁରି ଗମ୍ଭୀର ହୋଇପାରେ।

ଏହି ସ୍ଥିତିରେ, ଚୀନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଆଲୋଚନାର ଆଶା କ୍ଷୀଣ ହେଇ ଚାଲିଛି। ଟ୍ରମ୍ପ, ସି ଜିଙ୍ଗ ପିଙ୍ଗଙ୍କ ସହ ଫୋନ ଯୋଗେ କଥା ହେବାକୁ ଚାହୁଁଥିବା ବେଳେ, ବେଜିଂ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଏହା ବିଶ୍ୱ ଅର୍ଥନୀତି ଏବଂ ଭୂ-ରାଜନୀତି ଉପରେ ଦୀର୍ଘମିଆଦୀ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ମତ୍ତବ୍ୟକ୍ତ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.