ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

US-china Trade war: ତୀବ୍ର ହେଉଛି ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ; ଆମେରିକୀୟ ସାମଗ୍ରୀ ଉପରେ ଟାରିଫ ବଢାଇଲା ଚାଇନା

Published By : Bijay Swain | April 11, 2025 4:53 PM

Image courtesy: indiatoday

ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଦିନକୁ ଦିନ ଜଟିଳ ହୋଇ ଚାଲିଛି। ଚୀନ ଶୁକ୍ରବାର ଆମେରିକୀୟ ସାମଗ୍ରୀ ଉପରେ ଲଗାଉଥିବା ଟାରିଫକୁ ୮୪%ରୁ ବୃଦ୍ଧି କରି ୧୨୫%କୁ ନେଇ ଆସିଛି। ଏହା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଚୀନା ସାମଗ୍ରୀ ଉପରେ ୧୪୫% ଟାରିଫ ଲଗାଯିବା ପରେ ଏକ ପ୍ରତିଶୋଧମୂଳକ ପଦକ୍ଷେପ ଭାବେ ଦେଖାଯାଉଛି। 

ଚୀନର ଅର୍ଥ ମନ୍ତ୍ରାଳୟ କହିଛି ଯେ, ଆମେରିକାର ଏହି ଅତ୍ୟଧିକ ଟାରିଫ ଆନ୍ତର୍ଜାତୀୟ ବାଣିଜ୍ୟ ନିୟମ ଓ ଅର୍ଥନୈତିକ ନୀତିର ଗୁରୁତର ଉଲ୍ଲଂଘନ। ଏହାକୁ ସେମାନେ "ଏକପାଖିଆ ଧମକ" ଓ "ଜବରଦସ୍ତି" ବୋଲି କହିଛନ୍ତି। ତେବେ ଚୀନ ଘୋଷଣା କରିଛି ଯେ ଯଦି ଆମେରିକା ଏତିକିରେ ନଅଟକି ତା’ର ନୀତି ଜାରି ରଖେ ତେବେ ଚୀନ ମଧ୍ୟ ଚୁପ୍ ବସିବ ନାହିଁ। ଏହା ବିରୁଦ୍ଧରେ ଅଧିକ ପ୍ରତିଶୋଧମୂଳକ ପଦକ୍ଷେପ ଗ୍ରହଣ କରିବ। 

ଏହା ପୂର୍ବରୁ ଗୁରୁବାର ଦିନ ଚୀନ ଆମେରିକୀୟ ସାମଗ୍ରୀ ଗୁଡିକ ଉପରେ ୩୪%ରୁ ୮୪% ଟାରିଫ ଲଗାଇଥିଲା। ଏହା ସହିତ ଚୀନ ବିଶ୍ୱ ବାଣିଜ୍ୟ ସଂଗଠନ (WTO)ରେ ଆମେରିକା ବିରୁଦ୍ଧରେ ଏକ ନୂଆ ଅଭିଯୋଗ ଦାଖଲ କରିଛି। ଆମେରିକାର ପାଲଟା ଶୁଳ୍କ ବିଶ୍ୱ ବାଣିଜ୍ୟ ସ୍ଥିରତାକୁ ବିପଦରେ ପକାଉଛି ବୋଲି ଏହି ଅଭିଯୋଗରେ ଉଲ୍ଲେଖ ରହିଛି। 

ଅନ୍ୟପକ୍ଷରେ, ଟ୍ରମ୍ପ ବୁଧବାର ଦିନ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୨୫% ଟାରିଫ ଘୋଷଣା କରିଥିଲେ। ଯାହା ପରେ ସ୍ପଷ୍ଟ ହୋଇଥିଲା ଯେ ଏହା ଚୀନର ଫେଣ୍ଟାନାଇଲ ଉତ୍ପାଦନ ସହ ଜଡ଼ିତ ଏକ ୨୦% ଅତିରିକ୍ତ ଟାରିଫ ସହ ମିଶି ଏହା ୧୪୫% ହେଉଛି। ଟ୍ରମ୍ପ ତାଙ୍କ ଟାରିଫ ନୀତିକୁ ସମର୍ଥନ କରି କହିଛନ୍ତି ଯେ, ଏହା ଆମେରିକାର ଅର୍ଥନୀତିକୁ ସୁରକ୍ଷା ଦେବ। 

ଏହି ଘଟଣାକ୍ରମ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି କରିଛି। ଖାସ କରି ଆମେରିକା ଶେୟାର ବଜାରରେ ତୀବ୍ର ହ୍ରାସ ପରିଲକ୍ଷିତ ହୋଇଛି। ଯେଉଁଠାରେ ଏସ୍ଆଣ୍ଡପି ୫୦୦ ସୂଚକାଙ୍କ ୩%ରୁ ଅଧିକ ହ୍ରାସ ପାଇଛି। ସୁନାର ମୂଲ୍ୟ ରେକର୍ଡ ସ୍ତରରେ ହ୍ରାସ ହୋଇଛି। ସବୁଠାରୁ ବଡ କଥା ହେଉଛି ଆମେରିକୀୟ ଡଲାର ସ୍ୱିସ ଫ୍ରାଙ୍କ ତୁଳନାରେ ୧୦ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। 

ଏହି ବାଣିଜ୍ୟ ଯୁଦ୍ଧର ପ୍ରଭାବ କେବଳ ଚୀନ ଓ ଆମେରିକା ମଧ୍ୟରେ ସୀମିତ ନାହିଁ। ଏହା ବିଶ୍ୱ ଅର୍ଥନୀତି, ଯୋଗାଣ ଶୃଙ୍ଖଳା ଏବଂ ଉପଭୋକ୍ତା ମୂଲ୍ୟ ଉପରେ ଗଭୀର ପ୍ରଭାବ ପକାଇଛି। ଅନ୍ୟପଟେ ଆମେରିକାକୁ ସାମଗ୍ରୀ ରପ୍ତାନୀ କରିବାକୁ ଅସୁବିଧା ହେଉଥିବାରୁ ଚୀନ ଇଉରୋପ ଓ ଏସିଆର ଅନ୍ୟ ଦେଶମାନଙ୍କ ସହ ସମ୍ପର୍କ ମଜବୁତ କରିବାକୁ ଚେଷ୍ଟା କରୁଛି। ଯାହା ଏହି ସଙ୍କଟରେ ଏକ ନୂଆ ଭୂ-ରାଜନୈତିକ ଗତିବିଧିକୁ ସୂଚାଇଛି। 

ଏହି ପରିସ୍ଥିତି ଆଗାମୀ ଦିନରେ ଯେଉଁ ରୂପ ନେବ, ତାହା ବିଶ୍ୱ ଅର୍ଥନୀତି ଓ ଆନ୍ତର୍ଜାତୀୟ ସମ୍ପର୍କ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.