ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଆମେରିକାରୁ ପ୍ରବାସୀଙ୍କୁ ବିତାଡ଼ିତ କରିବାକୁ ‘ବେରହମ୍’ ଯୋଜନା, ୬୦୦୦ ଜୀବିତ ଲୋକଙ୍କୁ ମୃତ ଘୋଷଣା କଲେ ଟ୍ରମ୍ଫ

Published By : Prameya | April 12, 2025 3:44 PM

ନୂଆଦିଲ୍ଲୀ, ୧୨।୪: ପ୍ରବାସୀଙ୍କ ପାଇଁ ଆହୁରି କଠୋର ହେଲେ ଟ୍ରମ୍ଫ । ଆମେରିକାରୁ ବିତାଡ଼ିତ କରିବାକୁ ‘ବେରହମ’ ଯୋଜନା । ୬୦୦୦ ଜୀବିତ ଲୋକଙ୍କୁ ମୃତ ଘୋଷଣା କଲେ ଟ୍ରମ୍ଫ । ସମସ୍ତ ପ୍ରବାସୀଙ୍କ ସାମାଜିକ ସୁରକ୍ଷା ନମ୍ବରଗୁଡ଼ିକୁ ବାତିଲ କରିଛନ୍ତି ଆମେରିକା ସରକାର । ଆମେରିକାରେ କାମ କରିପାରିବେନି କି ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇପାରିବେନି ପ୍ରବାସୀ । ଏହି ପଦକ୍ଷେପର ଲକ୍ଷ୍ୟ ପ୍ରବାସୀମାନଙ୍କୁ "ସ୍ୱ-ନିର୍ବାସନ" କରିବା । ପ୍ରବାସୀମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଟ୍ରମ୍ପ ପ୍ରଶାସନ । ପ୍ରବାସୀଙ୍କୁ ଦେଶାନ୍ତର କରିବା ପାଇଁ ଏକ କଠୋର ପଦକ୍ଷେପ ନେଇଛି । ଆମେରିକା ସରକାର ୬ ହଜାର ଜୀବିତ ପ୍ରବାସୀଙ୍କୁ ମୃତ ଘୋଷଣା କରିଛନ୍ତି ଏବଂ ସେମାନଙ୍କର ସାମାଜିକ ସୁରକ୍ଷା ନମ୍ବରଗୁଡ଼ିକୁ ବାତିଲ କରିଛନ୍ତି । ଏହାର ପ୍ରଭାବରେ ଏହି ଲୋକମାନେ ଆମେରିକାରେ କାମ କରିପାରିବେ ନାହିଁ କି ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇପାରିବେ ନାହିଁ । ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ମଧ୍ୟ ସମସ୍ୟା ହେବ । ସରକାର ଚାହୁଁଛନ୍ତି ଯେ, ପ୍ରବାସୀମାନେ ନିରାଶ ହୋଇ ଆମେରିକା ଛାଡ଼ି ନିଜ ନିଜ ଦେଶକୁ ଫେରିଯାଆନ୍ତୁ । 

ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ପରିଚାଳିତ ଏକ କାର୍ଯ୍ୟକ୍ରମ ଅଧୀନରେ, ଏହି ପ୍ରବାସୀମାନଙ୍କୁ ଆମେରିକାରେ ଅସ୍ଥାୟୀ ଭାବରେ ପ୍ରବେଶ କରିବାକୁ ଏବଂ ଆମେରିକାରେ ରହିବା ସହିତ କାମ କରିବାକୁ ଅନୁମତି ଦିଆଯାଇଥିଲା । ଏହି ପ୍ରବାସୀମାନଙ୍କୁ ସାମାଜିକ ସୁରକ୍ଷା ନମ୍ବର ମଧ୍ୟ ଦିଆଯାଇଥିଲା ଯାହା ଦ୍ୱାରା ସେମାନେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧା ପାଇପାରିବେ । କିନ୍ତୁ, ଏବେ ଟ୍ରମ୍ପ ପ୍ରଶାସନ ଏହି ସାମାଜିକ ସୁରକ୍ଷା ନମ୍ବରଗୁଡ଼ିକୁ ବାତିଲ କରିଦେଇଛି । ଯାହା ଫଳରେ ପ୍ରବାସୀମାନଙ୍କ ପାଇଁ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ମୌଳିକ ସେବା ବ୍ୟବହାର କରିବା କଷ୍ଟକର ହୋଇପଡ଼ିଛି । ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପକୁ ଆମେରିକାରେ ପ୍ରବାସୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଯୋଜନାର ଏକ ଅଂଶ ଭାବରେ ମଧ୍ୟ ବିବେଚନା କରାଯାଉଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.