ନୂଆଦିଲ୍ଲୀ, ୧୨।୪: ଆମେରିକାର କିଛି ବୈଜ୍ଞାନିକ ଏଭଳି ଏକ ରୋବଟର ନିର୍ମାଣ କରିଛନ୍ତି, ଯାହା ବିନା ବିଦ୍ୟୁତ୍ରେ ବି କାମ କରିବାରେ ସକ୍ଷମ । ଏହି ଥ୍ରୀଡି ପ୍ରିଣ୍ଟେଡ୍ ରୋବଟଟି ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ରହିଛି । ଏହି ରୋବଟ୍ଟିକୁ କମ୍ପ୍ରେସ୍ଡ ଗ୍ୟାସକୁ ବ୍ୟବହାର କରି ଥ୍ରୀଡି ପ୍ରିଣ୍ଟର ସାହାଯ୍ୟରେ ନିର୍ମାଣ କରାଯାଇଛି । ସେହିଭଳି ଏହା ଥରେ ପ୍ରସ୍ତୁତ ହେବା ପରେ ସଙ୍ଗେ ସଙ୍ଗେ କାମ କରିବା ମଧ୍ୟ ଆରମ୍ଭ କରୁଛି । ଯାହା ଫଳରେ ଆଗକୁ ଏହି ପ୍ରକ୍ରିୟା ରୋବଟ ନିର୍ମାଣକୁ ସହଜ କରିବ ବୋଲି ବୈଜ୍ଞାନିକମାନେ ଆଶା ରଖୁଛନ୍ତି । ଏହା ସହିତ ଏହି ପ୍ରକ୍ରିୟା ନିର୍ମାଣ ଖର୍ଚ୍ଚକୁ ମଧ୍ୟ ଅଧା କରିଦେବ ବୋଲି ସେମାନେ ମତ ବ୍ୟକ୍ତ କରିଛନ୍ତି । ଆଗକୁ ଏହି ପ୍ରକ୍ରିୟା ଉପରେ ଅଧିକ ଗବେଷଣା କରାଯାଇ ଏହାକୁ ଅଧିକରୁ ଅଧିକ ସ୍ଥାନରେ କାର୍ଯ୍ୟରେ ଲଗାଯିବ ବୋଲି ନିର୍ମାଣକାରୀ ବୈଜ୍ଞାନିକ ମତ ଦେଇଛନ୍ତି ।
ଏହି ରୋବଟଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ବୈଜ୍ଞାନିକମାନେ ଏକ ଅକ୍ସିଲେଟିଂ ସର୍କିଟ୍ ବା ଦୋଳନ ପରିପଥର ନିର୍ମାଣ କରିଛନ୍ତି, ଯାହା ବାଷ୍ପ ଇଞ୍ଜିନର ଯନ୍ତ୍ରକୌଶଳ ସହିତ କେତେକାଂଶରେ ସମାନ। ଏହି ସର୍କିଟ୍ ସାହାଯ୍ୟରେ ରୋବଟର ଚାରୋଟି ଗୋଡ଼କୁ ନିୟନ୍ତ୍ରଣ କରାଯିବ ଏବଂ ସେ ଯାତ୍ରା କରିପାରିବ । ଏହି ରୋବଟର ଚାରୋଟି ଗୋଡ଼କୁ ନିୟନ୍ତ୍ରଣ କରାଯିବ ଏବଂ ସେ ଯାତ୍ରା କରିପାରିବ । ଏହି ରୋବଟର ଟେଷ୍ଟ ଲାବ୍ରେ ସରିଛି । ଯେଉଁଥିରେ ଏହା ୩ ଦିନ ପର୍ଯ୍ୟନ୍ତ ବିନା ରହି କାର୍ଯ୍ୟ କରିପାରିବ ବୋଲି ଜଣାପଡ଼ିଛି । ଯେଉଁସ୍ଥାନରେ ବିଦ୍ୟୁତ୍ ପରିଚାଳିତ ଉପକରଣ କାମ କରିବା ବନ୍ଦ କରିବ ସେହି ସମସ୍ତ ସ୍ଥାନରେ ଏହି ରୋବଟଗୁଡ଼ିକର ବ୍ୟବହାର କରାଯାଉପାରିବ ବୋଲି ବୈଜ୍ଞାନିକ ଆଶା ରଖିଛନ୍ତି ।