ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସ୍ମାର୍ଟଫୋନ୍ ଓ ଲ୍ୟାପଟପ୍ ଭଳି ଇଲେକ୍ଟ୍ରୋନିକ୍ସକୁ ରେସିପ୍ରୋକଲ ଟାରିଫ ପରିସର ବାହାରେ ରଖିବା ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଦାମ୍କୁ କମ୍ ରଖିବାରେ ସାହାଯ୍ୟ ମିଳିବ , ଯାହା କି ସାଧାରଣତଃ ଆମେରିକାରେ ତିଆରି ହୋଇ ନଥାଏ। ଶୁକ୍ରବାର ହୋଇଥିବା ଏହି ଘୋଷଣାରେ ଆପଲ୍ ଓ ସାମସଙ୍ଗ ଭଳି ବଡ଼ ଟେକ୍ କମ୍ପାନୀ ଗୁଡ଼ିକୁ ମଧ୍ୟ ଫାଇଦା ମିଳିବ। ୟୁଏସ୍ କଷ୍ଟମସ ଆଣ୍ଡ ବର୍ଡର ପ୍ରୋଟେକ୍ସନ କହିଛି କି, ସ୍ମାର୍ଟଫୋନ , ଲ୍ୟାପଟପ୍ ,ହାର୍ଡ ଡ୍ରାଇଭ୍ , ଫ୍ଲାଟ-ପ୍ୟାନେଲ୍ ମନିଟର ଓ କିଛି ଚିପ୍ସକୁ ମୁକ୍ତ ମିଳିବ। ସେମିକଣ୍ଡକ୍ଟର ତିଆରି କରୁଥିବା ମେସିନ ମଧ୍ୟ ଏହି ତାଲିକାରେ ଅଛି। ଅର୍ଥାତ୍ ଏହା ଉପରେ ଚାଇନା ପାଇଁ ୧୪୫ପ୍ରତିଶତ ବା ଅନ୍ୟ ସ୍ଥାନ ଗୁଡ଼ିକ ପାଇଁ ୧୦ପ୍ରତିଶତ ବେସ୍ ଲାଇନ୍ ଟାରିଫ୍ ଲାଗିବ ନାହିଁ।
ଟ୍ରମ୍ପ ପ୍ରଶାସନର ଟାରିଫ୍ ଉପରେ ଏହି ସଦ୍ୟତମ ପରିବର୍ତ୍ତନ , ଯିଏକି ଅଧିକାଂଶ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଟାରିଫ୍ ଲଗାଇବାର ମେଗା ପ୍ଲାନରେ ଅନେକ ଥର ୟୁଟର୍ଣ୍ଣ ନେଇଛନ୍ତି। ଏହାର ଉଦ୍ଦେଶ୍ୟ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ବୋଲି କୁହାଯାଇଛି। କିନ୍ତୁ , ଏହି ଛାଡ଼ ଦର୍ଶାଇଛି ଯେ, ଟ୍ରମ୍ପଙ୍କ ବିଶ୍ୱାସ ଯେ ଇଲେକ୍ଟ୍ରନିତ୍ସର ସପ୍ଲାଇ ଚେନ୍ ପାଖାପାଖି ସଂପୂର୍ଣ୍ଣ ରୂପେ ଏସିଆରେ ଅଛି ଏବଂ ଏହାକୁ ଆମେରିକାକୁ ସ୍ଥାନାନ୍ତର କରାଇବା ସହଜ ନୁହେଁ । ୱେଡବସ୍ ସିକ୍ୟୁରିଟିଜ୍ ମୁତାବିକ, ପାଖାପାଖି ୯୦ ପ୍ରତିଶତ ଆଇଫୋନ୍ ଚାଇନାରେ ତିଆରି ହୁଏ। ୱେଡବସ୍ର ବିଶ୍ଳେଷକ ଡେନ ଇଭସ୍ କହିଛନ୍ତି ଯେ ଏହି ପଦକ୍ଷେପ ଟେକ୍ ସେକ୍ଟର ଓ ୟୁଏସ୍ ବିଗ୍ ଟେକ୍ ଉପରେ ଘେରି ରହିଥିବା ବିଶାଳ କଳା ବାଦଲକୁ ବର୍ତ୍ତମାନ ପାଇଁ ହଟାଇ ଦେଇଛି।
ଆମେରିକା ଓ ଚୀନ୍ କେତେ ଲଗାଇଛନ୍ତି ଟାରିଫ୍ –
ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ୍ ଯୋଜନାର ଉଦ୍ଦେଶ୍ୟ ଆମେରିକୀୟ ମ୍ୟାନୁଫାକ୍ଚରିଂକୁ ପ୍ରୋତ୍ସାହିତ କରିବା ଏବଂ ଘରୋଇ ଇଣ୍ଡଷ୍ଟ୍ରୀକୁ ସପୋର୍ଟ କରିବା। ଏହି ପ୍ଲାନରେ ସର୍ବାଧିକ ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଭାରି ଶୁଳ୍ପ ଲାଗୁ କରିବା ବିଷୟରେ ଆଲୋଚନା ହୋଇଛି। ବିଶେଷକରି ଚାଇନା ଉପରେ , ଯେଉଁଠାରୁ ଆସୁଥିବା ସାମଗ୍ରୀ ଉପରେ ୧୪୫ ପ୍ରତିଶତ ଯାଏ ଶୁଳ୍କ( ଟାରିଫ) ର ଆଲୋଚନା ହୋଇଛି। ଏହା ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ପାଇଁ ୧୦ ପ୍ରତିଶତ ବେସ୍ଲାଇନ୍ ଟାରିଫ୍ର ପ୍ଲାନ ରହିଛି। ଟ୍ରମ୍ପଙ୍କ କହିବାନୁସାରେ , ଏଥିରେ ଆମେରିକାରେ ଚାକିରି ବଢିବ ଓ ସ୍ଥାନୀୟ ପ୍ରଡକ୍ସନକୁ ପ୍ରୋତ୍ସାହନ ମିଳିବ। ଅନ୍ୟପଟେ ଚୀନ୍ , ଆମେରିକାରୁ ଆମଦାନୀ ସାମଗ୍ରୀ ଉପରେ ୮୪ ପ୍ରତିଶତ ଅତିରିକ୍ତ ଟାରିଫ୍ ଲଗାଇଛି।