ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୧୫ ବର୍ଷ ତଳେ ଭାରତର ଚନ୍ଦ୍ରଯାନ ଯାହା କରି‌ଥିଲା; ଏବେ ସମାନ ତଥ୍ୟ ଦେଇ ଉଚ୍ଛୁଳୁଛି ଚୀନ୍‌

Image source: Jansatta

ନୂଆଦିଲ୍ଲୀ,୨୫/୦୭: ୧୫ ବର୍ଷ ପୂର୍ବେ, ଯେତେବେଳେ ଭାରତର ଚନ୍ଦ୍ରଯାନ ୧ ଚନ୍ଦ୍ରକୁ ଏହାର ପ୍ରଥମ ଅଭିଯାନ ଆରମ୍ଭ କରି‌ଥିଲା, ସେତେବେଳେ ଦେଖାଗଲା ଯେ ଚନ୍ଦ୍ରରେ ଜଳର ସନ୍ଧାନ ମିଳିଥିଲା। ସେତେବେଳେ ଏହି ଖବର ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହାପୂର୍ବରୁ, ଆପୋଲୋ ମିଶନ ସମୟରେ ମଧ୍ୟ କିଛି ସୂଚନା ମିଳିଥିଲା, କିନ୍ତୁ ଚନ୍ଦ୍ରଯାନ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଏବେ ପୁଣି ଥରେ ଚନ୍ଦ୍ରରେ ଜଳର ପ୍ରମାଣ ମିଳିଥିବା ଚୀନ୍ ଏହାକୁ ଦାବି କରିଛି।

ସୂଚନାଥାଉକି, ଚାଙ୍ଗ୍‌ ଇ -୫ ସ୍ପେସ୍ ମିଶନ୍ ଅଧୀନରେ ଚୀନ୍ ଚନ୍ଦ୍ରରୁ ମାଟି ଆଣିଥିଲା। ଯେତେବେଳେ ଏହାର ବୈଜ୍ଞାନିକମାନେ ବ୍ୟାପକ ଅନୁସନ୍ଧାନ କଲେ, ସେମାନେ ଜାଣିବାକୁ ପାଇଲେ ଯେ ଚନ୍ଦ୍ର ପୃଷ୍ଠରେ ଜଳ ଅଛି। ଚନ୍ଦ୍ରରୁ ଆସିଥିବା ମାଟିକୁ ଯେତେବେଳେ ଅଧ୍ୟୟନ କରାଯାଇଥିଲା, ସେତେବଳେ ମଧ୍ୟ ଜଣାପଡ଼ିଥିଲା ଯେ, ମାଟିରେ ଜଳ କଣିକା ଅଛି। ବର୍ତ୍ତମାନ ଏହି ଆବିଷ୍କାର ଦ୍ୱାରା ଚୀନ୍ ବହୁତ ଉତ୍ସାହିତ ଏବଂ ଏହି ଦିଗରେ ଆଗକୁ ବଢ଼ିବାକୁ କହୁଛି।

ଚୀନ୍‌ ଏହି ମାମଲାରେ ଯଦିଓ ପ୍ରଥମ ‌‌ଥର ଆବିସ୍କାର କରିଛି, ତଥାପି ନାସା ନିଜେ ସ୍ୱୀକାର କରିଛି ଯେ, ଏହି ମିଶନରେ ଭାରତର ଚନ୍ଦ୍ରଯାନ ମିଶନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏମିତିରେ ଚନ୍ଦ୍ରରେ ଦୁନିଆ ଖୋଜୁଥିବା ବୈଜ୍ଞାନିକମାନଙ୍କର କୌଣସି ଅଭାବ ନାହିଁ। ପ୍ରତ୍ୟେକ ଦେଶ ବର୍ତ୍ତମାନ ପୃଥିବୀଠାରୁ ବହୁ ଦୂରରେ ଥିବା ଗ୍ରହମାନଙ୍କରେ ଜୀବନ ସତ୍ତା ଖୋଜୁଛନ୍ତି। କହିରଖୁଛୁ ଯେ, ବର୍ତ୍ତମାନ ଭାରତ ଚନ୍ଦ୍ରଯାନ ୪ ପାଇଁ ପ୍ରସ୍ତୁତ ହେଉଛି। ଇସ୍ରୋ ମୁଖ୍ୟ ସୋମନାଥ କହିଛନ୍ତି ଯେ, ଚନ୍ଦ୍ରୟାନ ୪ ଚନ୍ଦ୍ରରୁ ନମୁନା ନେବା ପରେ ପୃଥିବୀକୁ ଫେରିବ। କେବଳ ଏତିକି ନୁହେଁ, ଏହା ଥରେ ଲଞ୍ଚ ହେବ ନାହିଁ। ଏହାକୁ ଦୁଇ ଭାଗରେ ଲଞ୍ଚ କରି ଚନ୍ଦ୍ର କକ୍ଷପଥକୁ ପଠାଯିବ। ଚନ୍ଦ୍ରଯାନ ୪ କୁ ୨୦୨୬ ରେ ଉତ୍‌କ୍ଷେପଣ କରାଯିବାକୁ ଯୋଜନା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.