ପ୍ରମୂଖ ଖବର
  • ୪୫ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ: ୟୁପି ସିଏମ୍
  • ||
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ବିଜୁଳି ସରବାରାହ ବନ୍ଦ ଯୋଗୁଁ ଅନ୍ଧାରରେ ଚିଲି; ସରକାର ଜାରି କଲେ ଆପାତକାଳିନ ପରିସ୍ଥିତି

Published By : Bijay Swain | February 26, 2025 10:43 PM

Image credit: amarujala

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଦେଶ ଚିଲିରେ ହଠାତ୍ ବିଜୁଳି ଚାଲିଯିବା ଯୋଗୁଁ ସାରାଦେଶ ଅନ୍ଧାରରେ ବୁଡିଯାଇଛି। ଏଥିଯୋଗି ଯାତାୟତ ସେବା ସହ ଇଣ୍ଟନେଟ ସେବା ବ୍ୟଘାତ ସୃଷ୍ଟି ହୋଇଛି। ଇଣ୍ଟରନେଟ ଠପ୍ ହୋଇଯିବା କାରଣରୁ ବିଭିନ୍ନ ବ୍ୟବସାୟ ସହ ଦୈନନ୍ଦିନ ଜୀବନରେ ଗୁରୁତର ପ୍ରଭାବ ପଡିଛି। ଅଧିକାରିମାନେ ବିଜୁଳି ସରବରାହକୁ ଠିକ କରିବା ପାଇଁ କାର୍ଯ୍ୟରେ ଲାଗିଛନ୍ତି। ଏଭଳି ପରିସ୍ଥିତିକୁ ନଜରରେ ରଖି ଚିଲିର ସରକାର ଦେଶରେ ଜରୁରିକାଳିନ ପରିସ୍ଥିତି ଘୋଷଣା କରିବା ସହ ରାତିରେ କର୍ଫ୍ୟୁ ଜାରି କରିଦେଇଛନ୍ତି। 

ବିଜୁଳି ସରବରାହ ବନ୍ଦ ହୋଇଯିବା ପରେ ଚିଲିର ବିଭିନ୍ନ ଖଣିଖାଦାନ ବନ୍ଦ ହୋଇପଡିଛି। ବିଶ୍ୱର ସର୍ବବୃହତ ତମ୍ୱା ଉତ୍ପାଦନ କରୁଥିବା ଦେଶର ସବୁ ତମ୍ୱାଖଣିରେ କାମ ବନ୍ଦ ରହିଛି। ତେବେ ଆପାତକାଳୀନ ଜେନେରେଟର ଦ୍ୱାରା ଡାକ୍ତରଖାନା ଓ ସରକାରୀ କାର୍ଯ୍ୟଳୟ ଗୁଡିକୁ କାର୍ଯ୍ୟକ୍ଷମ କରାଇବାକୁ ଚେଷ୍ଟା ଜାରି ରହିଛି। ଚିଲି ସରକାରର ଆନ୍ତରୀଣ ମନ୍ତ୍ରୀ କୋରଲିନା ତୋହା ଆଗକୁ ସ୍ତିତି ଆହୁରି ଖରାପ ହୋଇପାରେ ବୋଲି କହିଛନ୍ତି। କାରଣ ବିଜୁଳି ସରବାରହ ହଠାତ ବନ୍ଦ ହୋଇଯିବାର କାରଣ ସରକାରଙ୍କୁ ଜଣାପଡିନାହିଁ। 

ପରିସ୍ଥିତି ଏତେ ଖରାପ ହୋଇଛି ଯେ ଅନ୍ଧାର ହୋଇପଡିଥିବା ଅନେକ ଅଞ୍ଚଳରେ ଚିଲି ସରକାର ସେନା ନିୟୋଜିତ କରିଛନ୍ତି। ଏହା ସହ ସୁରକ୍ଷାବଳର ଅଧିକାରିମାନେ ଅନ୍ଧାର ରାତିରେ ରାସ୍ତାରେ ପାଟ୍ରୋଲିଂ କରୁଛନ୍ତି। ଦେଶରେ ସମସ୍ତ ବ୍ୟାପାର, ଫିଲ୍ମ ଥିଏଟର, ସାସ୍କୃତିକ କାର୍ଯ୍ୟକ୍ରମ ଓ ଖେଳ ଆୟୋଜନ ଆଦି ବନ୍ଦ ରହିଛି। ଏହି ପରିସ୍ଥିତିରେ ଲୋକମାନେ ଏସହଜ ମନେକରିବା ସହ ଭୟଭିତ ହୋଇପଡିଛନ୍ତି। ସରକାର ଲୋକମାନଙ୍କୁ ଘରଭିତରେ ରହିବା ପାଇଁ ଅପିଲ କରିଛନ୍ତି। ଏହି କାରଣରୁ ବିମାନ ଚଳାଚଳରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି। ଏହି କାରଣରୁ ଅନେକ ବିମାନ ଉଡାଣ ବାତିଲ କରାଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.