ଆଠଗଡ଼, ୧୫।୪: ମୋବାଇଲ ଫୋନ ଫାଟି ଶିଶୁ ଆହତ। ଏମିତି ଅଭାବନୀୟ ଘଟଣା କଟକ ଜିଲ୍ଲା ବଡମ୍ବା ଥାନା ମଙ୍ଗରାଜପୁର କୈବର୍ତ୍ତ ସାହିର ଦେଖିବାକୁ ମିଳିଛି।ଆହତ ଶିଶୁ ଜଣକ ହେଉଛନ୍ତି ବଳଭଦ୍ର ଦଳେଇ ଙ୍କର (୫ବର୍ଷୀୟ ) ପୁଅ ବୈଭବ ଦଳେଇ ।
ଶିଶୁଟି ମୋବାଇଲ ଦେଖୁଥିଲା ବେଳେ କୌଣସି କାରଣରୁ ହଠାତ୍ ମୋବାଇଲ ଫୋନଟି ଜୋର୍ ରେ ଶବ୍ଦ କରି ଫାଟି ଯାଇଥିଲା ଯାହା ଫଳରେ ଶିଶୁର ଗୋଡ଼ରେ ଲାଗିଥିଲା ଗଭୀର ଆଘାତ । ସଂଗେ ସଂଗେ ପରିବାର ପକ୍ଷରୁ ତାଙ୍କୁ ବଡମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଶିଶୁଟିର ଚିକିତ୍ସା କରାଯାଉଛି ।