ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗାଁରେ ସୋହରାଇ ପୂଜାରେ ହେବେ ସାମିଲ

Published By : Gurupada Nath | October 31, 2024 6:20 PM

କେନ୍ଦୁଝର,୩୧/୧୦: ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଜନ୍ମମାଟିରେ ମା’ଙ୍କ ସହ ପାରମ୍ପରିକ କାଳୀପୂଜା ପାଳନ କରିବେ । ମା’ଙ୍କ ସହ ମିଶି ଦୀପ ଜାଳି ବାଣ ଫୁଟାଇ ଦୀପାବଳି ପାଳିବେ । ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ବିମାନ ଯୋଗ ଆଜି ଅପରାହ୍ନ ୧ଟା ୧୫ମିନିଟ୍ ସମୟରେ ଆସି କେନ୍ଦୁଝର ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପ୍ ପହଞ୍ଚିଥିଲେ । 

ସେଠାରୁ କେନ୍ଦୁଝର ସର୍କିଟ ହାଉସକୁ ଯାଇ କିଛି ସମୟ ବିଶ୍ରାମ ନେବା ପରେ ୩ଟା ସମୟରେ ନିଜ ଜନ୍ମମାଟି ରାଇକଳା ଅଭିମୁଖେ ବାହାରିଥିଲେ । ସେଠାରେ ମା’ଓ ପରିବାର ଲୋକଙ୍କ ସହ କାଳୀପୂଜା ସହ ଅନ୍ୟ ପାରମ୍ପରିକ ପୂଜାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାତି ୯ଟା ସମୟରେ ସର୍କିଟ ହାଉସ ଫେରିଆସି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି ।  ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁନର୍ବାର ସକାଳ ୯ଟା ସମୟରେ ନିଜ ଜନ୍ମମାଟି ରାଇକଳାକୁ ଯାଇ  ପରିବାର ଲୋକ ଓ ମା’ଙ୍କ ସହ କିଛି ସମୟ ବିତାଇବା ପରେ ଦିନ ୪ଟା ସମୟରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.