ପ୍ରମୂଖ ଖବର
  • ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଏଆରଆଇ
  • ||
  • ଜନତା ମଇଦାନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୭ ପ୍ରବାସୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବେ
  • ||
  • ଫେବ୍ରୁଆରୀ ୧୧ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍‌କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲ୍‌ଦୁଲି’ରେ ମୁଖ୍ୟମନ୍ତ୍ରୀ, ଶିଳ୍ପ ଏବଂ ବାଣିଜ୍ୟର ହେବ ପ୍ରମୁଖ କେନ୍ଦ୍ର

Published By : Harapriya Sethi | January 3, 2025 11:00 AM

ଝାରସୁଗୁଡ଼ା,୦୩/୦୧: ରାଜସ୍ଥାନର ଜୟସଲମେର୍‌ଠାରେ ଅନୁଷ୍ଠିତ ଅର୍ଥମନ୍ତ୍ରୀଙ୍କ ସମ୍ମିଳନୀରେ ଝାରସୁଗୁଡ଼ାଠାରେ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ଲାଗି ପ୍ରସ୍ତାବ ରଖାଯାଇଛି । ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁରରେ ରୋଡ୍‌ ସୋ' କରି ରାଜ୍ୟରେ ଶିଳ୍ପ ବିକାଶ ଦିଗରେ ପଦକ୍ଷେପ ନିଆଯିବାକୁ ପ୍ରୟାସ କରାଯାଇଛି । ଶିଳ୍ପପତିମାନେ ଏ ଦିଗରେ ଆଗ୍ରହ ପ୍ରକାଶ କରିଛନ୍ତି । ଚଳିତ ମାସ ୨୮ ଓ ୨୯ ତାରିଖରେ ଶିଳ୍ପପତିମାନେ ଆସୁଛନ୍ତି । ରାଜ୍ୟରେ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯୁବକ ଯୁବତୀଙ୍କୁ ଚାକିରି ମିଳିବ । ଝାରସୁଗୁଡ଼ାରେ ଶିଳ୍ପ ଓ ବାଣିଜ୍ୟର ପ୍ରମୁଖ କେନ୍ଦ୍ର ହେବ ବୋଲି ଗୁରୁବାର ସନ୍ଧ୍ୟାରେ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ‘ଦୁଲ୍‌ଦୁଲି’ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ମତବ୍ୟକ୍ତ କରିଛନ୍ତି । 

‘ଦୁଲ୍‌ଦୁଲି ମଞ୍ଚ’ରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ଆଇଭରି ଟାୱାର୍‌ ଭିତରେ ରହି ବିଗତ ଦିନରେ ଶାସନ କରିଥିବା ଲୋକେ ଏବେ ମଇଦାନକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି । ୨୪ବର୍ଷ ଭିତରେ ଲୋକଙ୍କ ପାଇଁ କାମ କରିଥିଲେ ଆଜି ଏ ତିରସ୍କାର ମିଳି ନ ଥାନ୍ତା । ଏବେ ସେମାନେ ହତାଶା ଭିତରେ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ କଡ଼ା ସମାଲୋଚନା କରିଥିଲେ । ଝାରସୁଗୁଡ଼ାବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଖୁବ୍‌ଶୀଘ୍ର ମଙ୍ଗଳବଜାରଠାରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବା ଲାଗି ଡାକ୍ତରଖାନା ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି । 

ଏଥିପୂର୍ବରୁ ମୁଖ୍ୟମନ୍ତ୍ରୀ ଝାଡ଼େଶ୍ୱର ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ । ସେଠାରେ ୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଇକୋ ପାର୍କର ଶିଳାନ୍ୟାସ କରିଥିଲେ । ସାଂସଦ ପ୍ରଦୀପ ପୁରୋହିତ କହିଲେ, ଆଗେ ଲୋକେ ସରକାରକୁ ଖୋଜୁଥିଲେ । ମାତ୍ର ଏବେ ଲୋକଙ୍କ ପାଖରେ ମନ୍ତ୍ରୀମାନେ ପହଞ୍ଚି ସେବା କରୁଛନ୍ତି । ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ବି ଲୋକ ମହୋତ୍ସବର ଆୟୋଜନ ହେଉଛି । ହେଲେ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବର ସ୍ଥାନ ସ୍ୱତନ୍ତ୍ର । ‘ଦୁଲ୍‌ଦୁଲି’ ଯେଭଳି କାୟା ବିସ୍ତାର କରିବାରେ ଲାଗିଛି³ ଆଗକୁ ଏହା କିଭଳି ଆୟୋଜନ କରାଯିବ ସେ ଦିଗରେ ଜିଲ୍ଲା ପ୍ରଶାସନ ଅଲଗା କିଛି ଚିନ୍ତା କରୁ ବୋଲି ଶ୍ରୀ ପୂଜାରୀ କହିଥିଲେ । ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚ୍ଚିନ ରାମଚନ୍ଦ୍ର ଯାଦବ, ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଏସ୍‌ପି ସ୍ମିଥ ପରମାର ପ୍ରମୁଖ ଉପସ୍ଥିତ ଥିଲେ । ସୁପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ବୋହୂ ନୃତ୍ୟାଙ୍ଗନା ସୁଜାତା ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ‘ଦୁଲଦୁଲି’ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.