ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଛତିଶଗଡ଼, ମଧ୍ୟପ୍ରଦେଶରେ ମତଦାନ ଆରମ୍ଭ, ୭.୨୩ କୋଟି ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ

ଭୋପାଳ/ରାୟପୁର,୧୭/୧୧: ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ  ବିଧାନସଭା ନିର୍ବାଚନ। ମଧ୍ୟପ୍ରଦେଶରେ ସମସ୍ତ ୨୩୦ ସିଟ୍‌ରେ ମତଦାନ ଆରମ୍ଭ ହୋଇଛି।  ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ରେ ୨୦ଟି ଆସନରେ ଭୋଟିଂ ସରିଥିବାବେଳେ ଆଉ ୭୦ ଆସନରେ ମତଦାନ ହେବ ।

ମଧ୍ୟପ୍ରଦେଶରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଚାଲିବ ‌ଭୋଟିଂ ଏବଂ ଛତିଶଗଡ଼ରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ତେବେ ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ନିର୍ବାଚନ ହୋଇଥିବା ସମସ୍ତ ୫ ରାଜ୍ୟରେ ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ । 

ବୁଧବାର ଏହି ଦୁଇ ରାଜ୍ୟରେ ନିର୍ବାଚନୀ ପ୍ରଚାର ଶେଷ ହୋଇଥିଲା । ମଧ୍ୟପ୍ରଦେଶରେ ବିଜେପି ଶାସନରେ ଥିବାବେଳେ ଛତିଶଗଡ଼ରେ କଂଗ୍ରେସ ସରକାରରେ ଅଛି । ଦୁଇ ରାଜ୍ୟରେ ବିଶେଷକରି ବିଜେପି ଓ କଂଗ୍ରେସ ଭିତରେ ପ୍ରତିନ୍ଦ୍ୱନ୍ଦିତା ହେବ । ମଧ୍ୟପ୍ରଦେଶରେ ମୋଟ ୨,୫୩୩ ପ୍ରାର୍ଥୀ ମଇଦାନରେ ଥିବାବେଳେ ଛତିଶଗଡ଼ରେ ୯୫୮ ଜଣ ନିର୍ବାଚନ ଲଢ଼ୁଛନ୍ତି । ମଧ୍ୟପ୍ରଦେଶରେ ୨,୦୪୯ ପୋଲିଂ ବୁଥ୍‌ ଥିବାବେଳେ ଛତିଶଗଡ଼ରେ ୧୮,୮୩୩ ବୁଥ୍‌ କରାଯାଇଛି । ମଧ୍ୟପ୍ରଦେଶରେ ୫ କୋଟି ୬୦ ଲକ୍ଷ ୬୦ ହଜାର ୯୨୫ ଭୋଟର ରହିଛନ୍ତି । ଛତିଶଗଡ଼ରେ ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭୯ ରହିଛି । ପ୍ରାୟ ୭ କୋଟି ୨୩ ଲକ୍ଷ ୭୫ ହଜାର ଭୋଟର ଏହି ଦୁଇ ରାଜ୍ୟରେ ନୂଆ ସରକାର ବାଛିବାକୁ ଯାଉଛନ୍ତି ।

ମଧ୍ୟପ୍ରଦେଶରେ ସରକାରରେ ଥିବା ବିଜେପିର ଶିବରାଜ ସିଂ ଚୌହାନଙ୍କୁ ଗାଦିଚ୍ୟୁତ କରିବାକୁ କଂଗ୍ରେସର ଲକ୍ଷ୍ୟ ରହିଛି । ସେହିପରି ଛତିଶଗଡ଼ରେ କଂଗ୍ରେସର ଭୂପେଶ ବଘେଲଙ୍କୁ ହଟାଇବାକୁ ବିଜେପି ରଣନୀତି କରିଛି । ଉଭୟ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ହାଇ ଭୋଲ୍ଟେଜ୍‌ ପ୍ରଚାର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କଠାରୁ ଆରମ୍ଭ କରି ପ୍ରମୁଖ ଜାତୀୟ ଏବଂ ରାଜ୍ୟର ନେତାମାନେ ଭୋଟରଙ୍କୁ  ଆକୃଷ୍ଟ କରିବା ଲାଗି ମାରାଥନ୍‌ ପ୍ରଚାର କରିଛନ୍ତି । କଂଗ୍ରେସ ମଧ୍ୟ  ଛତିଶଗଡ଼ରେ ନିଜ ଗଡ଼ ବଜାୟ ରଖିବା ଲାଗି ଜୋରଦାର ପ୍ରଚାର ସହ ମଧ୍ୟପ୍ରଦେଶ ଉପରେ ଆଖି ରଖିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍‌ଗେ, କମଲନାଥ, ଦିଗ୍‌ବିଜୟ ସିଂ ପ୍ରମୁଖଙ୍କ ସମେତ ଅନେକ ନେତା ଦୁଇ ରାଜ୍ୟରେ ଜୋରଦାର ପ୍ରଚାର କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଦୁଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଲୋକଙ୍କୁ ଅପିଲ କରିଥିବାବେଳେ ବିଜେପି ଦୁର୍ନୀତିଗ୍ରସ୍ତ ବୋଲି କହି ଏହାକୁ ବିଶ୍ୱାସକୁ ନ ନେବାକୁ କଂଗ୍ରେସ ଭୋଟରଙ୍କ ପାଖକୁ ଯାଇଛି । ଲୋକସଭା ନିର୍ବାଚନ ପୂର୍ବରୁ ଏହି ବିଧାନସଭା ନିର୍ବାଚନଗୁଡ଼ିକର ଫଳାଫଳ ବେଶ୍‌ ଗୁରୁତ୍ୱ ରଖେ । 

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ନିର୍ବାଚନ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ପାଇଁ ଆହ୍ୱାନ ସୃଷ୍ଟି କରିଛି । ମେଣ୍ଟ ଭିତରେ ମତାନ୍ତର ଓ ଅସନ୍ତୋଷ ସର୍ବସମ୍ମୁଖକୁ ଆସିଛି । କଂଗ୍ରେସ ନିଜ ପ୍ରତିଶ୍ରୁତି ଅନୁସାରେ ମଧ୍ୟପ୍ରଦେଶରେ ୬ଟି ଆସନ ନ ଛାଡ଼ି ବିଶ୍ୱାସଘାତ କରିଥିବା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି । ଏହି ରାଜ୍ୟରେ ସପା ୭୧ ପ୍ରାର୍ଥୀ ଦେଇଛି । ସେହିପରି ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ମଧ୍ୟ ଏହି ରାଜ୍ୟରେ  ପ୍ରାର୍ଥୀ ଦେଇଛି । ପ୍ରଚାର ବେଳେ ଉଭୟ ସପା ଏବଂ ଆପ୍‌ କଂଗ୍ରେସକୁ ଅଡ଼ୁଆରେ ପକାଇଥିଲେ । ଇଣ୍ଡିଆ ମେଣ୍ଟର ଆଉ ଏକ ସହଯୋଗୀ ଜେଡିୟୁ ୧୦ ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀ ଦେଇଛି । ମାୟାବତୀଙ୍କ ବିଏସ୍‌ପି ଦଳ ୧୮୩ ପ୍ରାର୍ଥୀଙ୍କୁ ମଇଦାନକୁ ଛାଡ଼ିଛି । ତେବେ ବିଏସ୍‌ପି ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.