ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଅକ୍ଟୋବର ୧୧ରେ ମା’ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ର, ୧୨ ତାରିଖ ବିଜୟା ଦଶମୀରେ ଲାଖ ବିନ୍ଧା

ଭବାନୀପାଟଣା,୧୩/୦୯: ଆସନ୍ତା ଅକ୍ଟୋବର ୧୧ତାରିଖରେ  କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ହେବ । ଏନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ହୋଇଛି । ଜିଲ୍ଲାପାଳ ପାୱାର ସଚିନ୍‌ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ  ଉପସ୍ଥିତ ଥିଲେ ।

ମା’ମାଣିକେଶ୍ୱରୀ ମନ୍ଦିର ପକ୍ଷରୁ ଜାରି ସୂଚନା  ଅନୁସାରେ ଅକ୍ଟୋବର ୧୦ତାରିଖ ମହାଷ୍ଟମୀ ରାତିରେ ମା’ଙ୍କ  ପୂଜାର୍ଚ୍ଚନା କରାଯିବ । ଏବଂ ଅକ୍ଟୋବର ୧୧ତାରିଖ ମା’ଙ୍କ ପବିତ୍ର  ଛତ୍ରଯାତ୍ରା ଜେନାଖାଲରେ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ  ଭକ୍ତଙ୍କ ଗ୍ରହଣରେ ଯାତ୍ରା କରିବେ । ଯାତ୍ରାର ପାରମ୍ପରିକ ରୀତିନୀତି  ଅନୁଯାୟୀ ଧାର୍ଯ୍ୟ ସମୟ ନିର୍ଘଣ୍ଟ ପରବର୍ତ୍ତୀ ସମୟରେ ପ୍ରଶାସନକୁ  ସୂଚାଇ ଦିଆଯିବ ବୋଲି କୁହାଯାଇଛି । ୧୨ତାରିଖରେ ବିଜୟା  ଦଶମୀ ଉପଲକ୍ଷେ ଅପରାହ୍ନ ୪ଟାରୁ ୬ଟା ମଧ୍ୟେ ଲାଖବିନ୍ଦା  କାର୍ଯ୍ୟକ୍ରମ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ  ତନ୍ମୟ ଦରୱାନ ଏଜେଣ୍ଡା ଅନୁଯାୟୀ ପ୍ରସ୍ତାବ ପାଠ କରିଥିଲେ ଏବଂ  ଗୃହରେ ସମସ୍ତଙ୍କ ସହମତିରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।  

ମା’ଙ୍କ ଛତର ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ  ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଛତର ଯାତ୍ରାରେ  ରାଜାବାଟି ଦ୍ୱାରା ପୁରସ୍କୃତ ଘୁମୁରା ଦଳ ବ୍ୟତୀତ ପୁଲିସ ବିଭାଗ  ଦ୍ୱାରା ଚିହ୍ନଟ ଅନ୍ୟ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବେ । ଛତର  ଯାତ୍ରା ପାଇଁ ରାସ୍ତା ମରାମତି, ନାଳ ନର୍ଦ୍ଦମା ସଫା, ପାନୀୟ ଜଳ,  ନିରବିଛିନ୍ନ ବିଦ୍ୟୁତ୍‌ ସରବରାହ, ରାସ୍ତାରେ ବୁଲା ଗାଈଗାରୁ  ନିୟନ୍ତ୍ରଣ, ମଦ ଓ ନିଶା ଦ୍ରବ୍ୟର ବିକ୍ରି ନିଷେଧ, ଶାନ୍ତି ଶୃଙ୍ଖଳା,  ଆମ୍ବୁଲାନ୍ସ, ମାଜିଷ୍ଟ୍ରେଟ ମୁତୟନ, ସୂଚନା କେନ୍ଦ୍ର ସ୍ଥାପନ ଓ  ଧାରା ବିବରଣୀ, ଚାକ୍ଷୁଷ ଧାରା ବିବରଣୀ କାର୍ଯ୍ୟ ନିମନ୍ତେ ରାସ୍ତା  ଓ ଗୃହ ନିର୍ମାଣ, ଜାତୀୟ ରାଜପଥ, ପୌର ପରିଷଦ, ବିଦ୍ୟୁତ  ବିଭାଗ, ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ  ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଦୁର୍ଗାପୂଜା କମିଟିର ପୂଜା  ସ୍ଥାପନ ଓ ମେଢ଼ ବିସର୍ଜନ ପାଇଁ ଗାଇଡ ଲାଇନ ଅନୁଯାୟୀ ଚିହ୍ନଟ  କୃତ୍ରିମ ପଲିଥିନ ପୁଷ୍କରିଣୀ ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳ  ଭବାନୀପାଟଣା, ଧର୍ମଗଡ଼ ତଥା ଆଇନ ଶୃଙ୍ଖଳା ଓ ଛତର ଯାତ୍ରାକୁ  ସୁରକ୍ଷିତ, ଜନସମାଗମକୁ ନିୟନ୍ତ୍ରଣ, ସାଂସ୍କୃତିକ ଦଳର ପ୍ରବେଶ  ପାଇଁ ପୃଥକ ଭାବେ ଆରକ୍ଷୀ ଅଧିକ୍ଷକ  ବୈଠକ ଆୟୋଜନ କରିବେ । 

ବୈଠକରେ  ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ତ୍ରିଲୋଚନ  ପାତ୍ର, ଧର୍ମଗଡ଼ ଉପଜିଲ୍ଲାପଳ ଧିମାନ୍‌  ଚକମା, ଏଡିଏମଓ ଡା. ନିହାରେନ୍ଦ୍ର  ପଣ୍ଡା, ଅବକାରୀ ନିରୀକ୍ଷକ ରଞ୍ଜନ  ନାଏକ, ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ,  ଥାନାଧିକାରୀ ଯଶୋବନ୍ତ ହିଆଲ,  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବିଚାର ବିଭାଗୀୟ ଅଧିକାରୀ,  ସହରର ବିଭିନ୍ନ ଦୁର୍ଗାପୂଜା କମିଟି କର୍ମକର୍ତ୍ତା, ଆଇନଜୀବୀ  ସୁବ୍ରତ ବହିଦାର, ମନ୍ଦିର ପକ୍ଷରୁ ଅଶୋକ ନେଗୀଙ୍କ ସମେତ  ସାମନ୍ତ ଖମାରୀ, ସତ୍ୟନାରାୟଣ ମହାପାତ୍ର, ଡିଆଇପିଆରଓ  ହଳଧର ନିଆଲ, ପୌରପାଳିକା ଇଓ ଡ.ସତ୍ୟସଂପୂର୍ଣ୍ଣା ରାଉତ, ମସଜିଦ କମିଟି ସଭ୍ୟ, ଚର୍ଚ୍ଚ କମିଟି ସଭ୍ୟ, ବିଭାଗୀୟ  ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.