ନୂଆଦିଲ୍ଲୀ,୧୨/୧୨:ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ,ଇନଷ୍ଟାଗ୍ରାମ ଓ ଓ୍ୱାଟସ୍ପ ପରେ ଆଜି ଚାଟ୍ଜିପିଟି ଡ଼ାଉନ। ଫଳରେ ହଜାର ହଜାର ୟୁଜର୍ସ ପ୍ରଭାବିତ ହୋଇଛନ୍ତି । ଏନେଇ ଅନେକ ୟୁଜର ସୋସିଆଲ ମିଡ଼ିଆରେ ଦେଇଛନ୍ତି ସୂଚନା । ତେବେ ଗତକାଲି ରାତି ୧୧ଟା ସମୟରେସାରା ଦୁନିଆରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ ଓ ଥ୍ରେଡ୍ ୟୁଜର୍ସ ଆଉଟେଜ୍ ଦ୍ୱାରା ପ୍ରଭାବିତ ହୋଇଥିଲେ । ଏହି କାରଣରୁ ହ୍ୱାଟସଆପ୍ ୟୁଜର୍ସ ମେସେଜ୍ ପଠାଇବା ଓ ଗ୍ରହଣ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
ଅନୁରୂପ ଭାବେ ଇନଷ୍ଟାଗ୍ରାମ ଓ ଫେସବୁକରେ ଫିଡ୍ ଅପଲୋଡ୍ କରିପାରିନଥିଲେ ୟୁଜର୍ସ । ଏଥିସହିତ ପପୁଲାର ଚାଟବୋଟ ଚାଟଜିପିଟି ଓ ଓପନଏଆଇର ଏପିଆଇ ଓ ସୋରା ଭିଡିଓ ଜେନେରେଟର ପ୍ଲାଟଫର୍ମରେ ମଧ୍ୟ ସେବାରେ ବାଧା ସୃଷ୍ଟି ହୋଇଥିଲା । ମେଟାର ୪ଟି ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଦେଖାଯାଇଥିବା ସର୍ଭର ଡ଼ାଉନ କାରଣରୁ ୟୁଜର୍ସ ପାଖାପାଖି ୧ ଘଣ୍ଟା ଧରି ସମସ୍ୟାର ସାମ୍ନା କରିଥିଲେ । ରାତି ପାଖାପାଖି ୨ଟା ସମୟରେ ମେଟା ଆଉଟେଜ୍ ସମସ୍ୟାର ସମାଧାନ ହୋଇଥିଲା । ତା’ପରେ ୟୁଜର୍ସ ପୁଣି ସେମାନଙ୍କର ସୋସିଆଲ ମିଡ଼ିଆକୁ ବିନା ସମସ୍ୟାରେ ବ୍ୟବହାର କରିପାରିଥିଲେ । ଏହି ଆଉଟେଜ୍ ସମୟରେ ୟୁଜର୍ସ ଭିଡ଼ିଓ ଓ ଓପିନିୟନ ମାଧ୍ୟମରେ ମେଟା ଓ ମାର୍କ ଜୁକରବର୍ଗଙ୍କୁ ଟ୍ରୋଲ କରିଥିଲେ।