ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଅପୂର୍ଣ୍ଣ ରହିଲା ପତ୍ନୀ-ସେବା ଇଚ୍ଛା, ସ୍ୱେଚ୍ଛାକୃତ ଅବସର ଦିନ ସ୍ତ୍ରୀଙ୍କ ଚାଲିଗଲା ଜୀବନ

Published By : Prameya | December 26, 2024 11:58 AM

ନୂଆଦିଲ୍ଲୀ ୨୬/୧୨: ରାଜସ୍ଥାନର କୋଟାରେ ଏକ ଅଜବ ଘଟଣା ସାମ୍ନାକୁ  ଆସିଛି । ଏଠାରେ ଜଣେ ସରକାରୀ ଅଧିକାରୀ ନିଜ ରୁଗ୍‌ଣ ପତ୍ନୀଙ୍କ ସେବା ଲାଗି ଅବସରର ୩ ବର୍ଷ  ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଲେ । କିନ୍ତୁ ଅବସର ନେବା ଦିନ ପତ୍ନୀଙ୍କ ଦେହାନ୍ତ ହେଲା । ଘଟଣା କୋଟାର  ଦାଦାବାଡି ଅଞ୍ଚଳର । ସ୍ଥାନୀୟ ବାସିନ୍ଦା ଦେବେନ୍ଦ୍ର କୁମାର  ସେଣ୍ଟ୍ରାଲ ୱେୟାର ହାଉସ୍‌ରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପତ୍ନୀଙ୍କର ହୃଦ୍‌ରୋଗ ସମସ୍ୟ ଥିଲା ।  ଦୀର୍ଘ ସମୟ ଧରି ସେ ରୋଗଗ୍ରସ୍ତ ଥିଲେ । 

ଦେବେନ୍ଦ୍ର ୩ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ ।  କିନ୍ତୁ ପତ୍ନୀଙ୍କ ଦେଖାଶୁଣା ପାଇଁ ୩ ବର୍ଷ ପୂର୍ବରୁ ସ୍ୱେଚ୍ଛାକୃତ  ଅବସର ନେଲେ । ଏ ଅବସରରେ ଦେବେନ୍ଦ୍ରଙ୍କ ପରିଜନ  ଓ ବନ୍ଧୁ ଏକ ପାର୍ଟିର ଆୟୋଜନ କରିଥିଲେ । ଦେବେନ୍ଦ୍ରଙ୍କ  ସମ୍ପର୍କୀୟ ଓ ସମସ୍ତ ସାଙ୍ଗ ପାର୍ଟିରେ ଯୋଗ ଦେଇଥିଲେ ।  ସେମାନେ ଦେବେନ୍ଦ୍ରଙ୍କୁ ମାଳା ପିନ୍ଧାଇ ନୂଆ ଜୀବନର  ଶୁଭକାମନା ଦେଉଥିଲେ । ଅନେକ ଲୋକ କହିବା ପରେ ଦେବେନ୍ଦ୍ରଙ୍କ ପତ୍ନୀ ଦୀପିକା ମଧ୍ୟ ତାଙ୍କୁ ମାଳା ପିନ୍ଧାଇଥିଲେ ।  ଏହାର କିଛି ସମୟ ପରେ ଦୀପିକାଙ୍କ ମୁଣ୍ଡ ବୁଲାଇଲା ।  ସେ ତଳେ ପଡ଼ିଗଲେ । ସେଠାରେ ଉପସ୍ଥିତ ଲୋକେ  ତାଙ୍କୁ ହସ୍ପିଟାଲ ନେଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ  ଘୋଷଣା କଲେ । 

ଦେବେନ୍ଦ୍ର କହିଛନ୍ତି, ମୋର ସଂସାର ଉଜୁଡ଼ିଗଲା ।  ଅବସର ନେଇ ପତ୍ନୀଙ୍କର ଦେଖାଶୁଣା ପାଇଁ ନେଇଥିବା  ମୋ ନିଷ୍ପତ୍ତି କେବଳ ନିଷ୍ପତ୍ତିରେ ରହିଗଲା । ମୋର  ଅବସର ପାର୍ଟିକୁ ନେଇ ସମସ୍ତେ ଖୁସି ଥିଲେ । ଦୀପିକା  ବିଦାୟ ସମାରୋହ ଲାଗି ବାଜାବାଲାଙ୍କୁ ଡାକିଥିଲେ। ଘର  ବାହାରେ ସାଉଣ୍ଡ୍‌ ସିଷ୍ଟମ୍‌ ଲଗାଯାଇଥିଲା । ବେଶ ଭଲ  ସାଜସଜା ବି ହୋଇଥିଲା । ପାର୍କରେ ପ୍ରାୟ ୫୦ ଲୋକ  ଦେବେନ୍ଦ୍ରଙ୍କୁ ଅପେକ୍ଷା କରିଥିଲେ । କିନ୍ତୁ ଅଫିସ୍‌ରେ  ଅବସର ପାର୍ଟି ସମୟରେ ଦୀପିକାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ  ଲାଗିଲା । ତାଙ୍କର ମୁଣ୍ଡ ବୁଲାଉଥିଲା । ମାମଲା ଗମ୍ଭୀର  ହେବାରୁ ତାଙ୍କୁ କୋଟା ହାର୍ଟ ହସ୍ପିଟାଲ ନିଆଗଲା । କିନ୍ତୁ  ବିଧିର ବିଧାନ ଭିନ୍ନ ଥିଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.